ଅନୁଗୁଳ (ସନ୍ଧାନ ନିୟୁଜ) : ଅନୁଗୁଳ ଜିଲ୍ଲାର ବଅଁରପାଳ ଥାନା ଅର୍ନ୍ତଗତ କୋରାଗାଡିଆ ନିକଟରେ ୫ଲକ୍ଷ ୪୭ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଆଇ ଟି ସି କମ୍ପାନୀର ଦୁଇଜଣ କର୍ମଚାରୀ, ସେଲସମ୍ୟାନ ଓ ଡ୍ରାଇଭରଙ୍କ ଠାରୁ ଏହି ଲୁଟ୍ ହୋଇଛି। ଏକ ଅଟୋରେ ଏମାନେ ଯାଉଥିବା ସମୟରେ ଲୁଟ୍ର ଶିକାର ହୋଇଥିଲେ। ୨ଟି ମଟରସାଇକଲରେ ୫ଜଣ ଦୁର୍ବୃତ୍ତ ଆସିି ଏମାନଙ୍କଠାରୁ ୫ଲକ୍ଷ ୪୭ ହଜାର ଟଙ୍କା ଲୁଟି ନେଇଥିବା ବଅଁରପାଳ ଥାନାରେ ଅଭିଯୋଗ ହୋଇଛି।




