ଅନନ୍ୟା କଳା ଅନୁଷ୍ଠାନ ଭଦ୍ରକରେ ପ୍ରଥମଥର ନୃତ୍ୟ କର୍ମଶାଳା

Spread the love

ଭଦ୍ରକ:୮/୭ (ସନ୍ଧାନ ନିୟୁଜ ) ଅନନ୍ୟା କଳା ଅନୁଷ୍ଠାନ ଦ୍ୱାରା ଜୁଲାଇ 7 ତାରିଖରେ ଭଦ୍ରକରେ ପ୍ରଥମଥର ନିମିତ୍ତ ନୃତ୍ୟ କର୍ମଶାଳା INDO-WESTERN DANCE WORKSHOP, SEASON ONE ଅନୁଷ୍ଠିତ ହୋଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱ ପ୍ରସିଦ୍ଧ ଓଡ଼ିଶୀ ନୃତ୍ୟଗୁରୁ ଶ୍ରୀମତୀ ସୁଜାତା ମହାପାତ୍ର ପିଲାମାନଙ୍କୁ ନୃତ୍ୟ ଶିକ୍ଷା ଦେଇଥିଲେ । ତତ୍ସହିତ World Of Dance winner Kings United Mumbai ର ବିଶ୍ୱ ପ୍ରସିଦ୍ଧ ଶ୍ରୀମାନ ଆର୍ଯ୍ୟନ ଶର୍ମା Urban(Hip-Hop) ଶିକ୍ଷା ଦେଇଥିଲେ । ଭଦ୍ରକର ବହୁ କଳା ଅନୁଷ୍ଠାନ ଏବଂ ବିଭିନ୍ନ ବିଦ୍ୟାଳୟରୁ ଶତାଧିକ ଛାତ୍ର ଛାତ୍ରୀ ଏହି କର୍ମଶାଳାରେ ଯୋଗଦେଇ ଏହି ଆନ୍ତର୍ଜାତିକ ଖ୍ୟାତି ସମ୍ପର୍ଣ୍ଣ ନୃତ୍ୟଗୁରୁମାନଙ୍କ ନିକଟରୁ ନୃତ୍ୟ ଶିକ୍ଷା କରିବାର ସୌଭାଗ୍ୟ ପ୍ରାପ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଭଦ୍ରକର ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ରହିବା ସହିତ ପିଲାମାନଙ୍କୁ ଉତ୍ସାହିତ କରାଇଥିଲେ । ଶ୍ରୀଯୁକ୍ତ କୁଞ୍ଜବିହାରୀ ଦାଶ, ଶ୍ରୀଯୁକ୍ତ ସିତାଂଶୁ ମହାପାତ୍ର, ଶ୍ରୀଯୁକ୍ତ ସତ୍ୟବ୍ରତ ମହାନ୍ତି, ଶ୍ରୀମତୀ ମାନସୀ ସେନାପତି ଏବଂ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶିକା ଶ୍ରୀମତୀ ଅନନ୍ୟା ପଣ୍ଡା ମହୋଦୟାଙ୍କ ପୌରହିତ୍ୟରେ ଏହି ନୃତ୍ୟର ମହାପର୍ବ କାର୍ଯ୍ୟକ୍ରମର ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ନୃତ୍ୟଗୁରୁ ଶ୍ରୀମତୀ ସୁଜାତା ମହାପାତ୍ର ମହୋଦୟା ଏବଂ ଗୁରୁ ଶ୍ରୀମାନ ଆର୍ଯ୍ୟନ ଶର୍ମା ମହୋଦୟଙ୍କୁ ଉତ୍ତରୀୟ, ମାନପତ୍ର ଏବଂ ପୁଷ୍ପଗୁଛ ଦ୍ୱାରା ସମ୍ମାନିତ କରାଯାଇଥିଲା । ପିଲାମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମରେ ଯୋଗଦେଇଥିବା ସଂଚାର କଳା କେନ୍ଦ୍ର, ମନ୍ଦିରା କଳା ଅନୁଷ୍ଠାନ ଏବଂ ଉତ୍ସବ କଳା ଅନୁଷ୍ଠାନକୁ ସମ୍ମାନିତ କରାଯାଇଥିଲା । ଅନନ୍ୟା କଳା ଅନୁଷ୍ଠାନର ଶୁଭାଶିଷ ପଟ୍ଟନାୟକ, ଶୁଭେନ୍ଦୁ ଲେଙ୍କା, ଚାରୁ କପୁର, ନିବେଦିତା ବାଲା, ଜିତେନ୍ଦ୍ର ବେହେରା, ଦୀପକ ଦାଶ, ତାପସ ଜେନା, ଅମିଶା ପଣ୍ଡା ସମେତ ଅନ୍ୟ ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଅଭିନନ୍ଦନ ସହିତ କୃତଜ୍ଞତା ଜ୍ଞାପନ କରାଯାଇ କାର୍ଯ୍ୟକ୍ରମ ସମାପନ ହୋଇଥିଲା ।

Related Posts

About The Author

Add Comment