ଅଧ୍ୟାପକ ଅଭାବ ସହ ୪ ବର୍ଷ ହେଲା ଲାବୋଟରି ସମସ୍ୟା; କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁନି, ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାର

Spread the love

ସନ୍ଧାନ ନ୍ୟୁଜ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ବଡରମା ପଞ୍ଚାୟତ ଷଣ୍ଢପଥର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଧ୍ୟାପକ ଅଭାବ ସାଙ୍ଗକୁ କୌଣସି ଲାବୋରେଟରି କ୍ରିୟାଶୀଳ ନଥିବା ଯୋଗୁଁ ଛାତ୍ରୀଛାତ୍ରଙ୍କ ଭବିଷ୍ୟତ ଅନ୍ଧାରରେ ରହୁଛି। ଅନୁଷ୍ଠାନ ଟି ଗତ ୨୦୨୧ ମସିହାରୁ ତହସିଲଭୁକ୍ତ ଜନଜାତି ଓ ତହସିଲଭୁକ୍ତ ଜାତି ବିଭାଗ ପକ୍ଷରୁ ଆରମ୍ଭ ହୋଇଥିବା ବେଳେ ଅଦ୍ୟାବଧି ଅନେକ ସମସ୍ୟା ଭିତରେ ଗତି କରୁଛି। ଗରିବ ଆଦିବାସୀ ଛାତ୍ରୀଛାତ୍ର ମାନେ ସରକାରଙ୍କ ସମସ୍ତ ସୁବିଧା ସୁଯୋଗ ପାଇ ଶିକ୍ଷା ଓ ପ୍ରତିଭା ଦିଗରେ ଉନ୍ନତି କଳ୍ପେ ବ୍ୟବସ୍ଥା କରୁଥିବା ବେଳେ ଏଠି ସେ ସବୁ ସୁବିଧା ତଳ ସ୍ତରକୁ ଚାଲି ଯାଉଛି। ପ୍ରାୟ ୫ ବର୍ଷରୁ ଅଧିକ ସମୟ ବିତି ଯାଇଥିବା ଏବଂ ଏଠାରୁ ୩ ଟି ବ୍ୟାଚ ପାସ କରି ଚାଲିଯାଇଥିବା ବେଳେ ଅଦ୍ୟାବଧି ଲବୋରେଟରି ଟିଏ କାର୍ଯ୍ୟକ୍ଷମ ହୋଇ ପାରିନାହିଁ। ବର୍ତ୍ତମାନ ଅନୁଷ୍ଠାନ ରେ ମୋଟ ୧୦୬ ଜଣ ଛାତ୍ରୀ ଛାତ୍ର ଅଧ୍ୟୟନ କରୁଥିବା ବେଳେ ପ୍ରଥମ ବର୍ଷ ଛାତ୍ରୀ ଛାତ୍ରଙ୍କ ସଂଖ୍ୟା ୭୫ ଥିବା ବେଳେ ଦ୍ଵିତୀୟ ବର୍ଷର ଛାତ୍ରୀ ଛାତ୍ରଙ୍କ ସଂଖ୍ୟା ୩୧ ରହିଛି। ଏଥିସହ ଗତ ଜୁନ ମାସରୁ ଜଣେ ଫିଜିକ୍ସ ଅଧ୍ୟାପକ ଚାକିରି ରୁ ଇସ୍ତାପା ଦେଇ ଦେଇଥିବା ବେଳେ ୪ ମାସ ହେଲା ଉକ୍ତ ପାଠ ପଢାରୁ ପିଲାମାନେ ବଞ୍ଚିତ ହୋଇଛନ୍ତି। ସେହିପରି ଜଣେ ଗଣିତ ଅଧ୍ୟାପିକା ୨ ବର୍ଷ ପାଖାପାଖି ଦିନ ହେବ ଏଠାରେ ଯୋଗଦାନ କରିବା ପରଠାରୁ ଅଧିକ ସମୟ ଧରି ବିଭିନ୍ନ ବ୍ୟକ୍ତିଗତ ସମସ୍ୟା ଯୋଗୁ ଅନୁପସ୍ଥିତ ରହୁଥିବା ବେଳେ ଉକ୍ତ ବିଷୟ ମଧ୍ୟ ପାଠ ପଢା ହୋଇ ପାରୁନାହିଁ। ମାସ ମାସ ଧରି ଏଭଳି ସମସ୍ୟା ରହି ଆସୁଥିବା ବେଳେ ଅବିଭାବକ ଅବିଭାବିକା ମାନେ ବିଭାଗୀୟ ଅଧିକାରୀଙ୍କ ଠାରେ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ସମସ୍ୟା ସମାଧାନ କରାଯାଉନାହିଁ। ତେବେ ଖୁବ୍ ଶୀଘ୍ର ଏହାର ସମାଧାନ ନହେଲେ ଆନ୍ଦୋଳନ କରିବେ ବୋଲି ଅଭିଭାବକ ମହଲରେ ଚର୍ଚ୍ଚା ଜୋର ଧରିଛି। ଏସଂକ୍ରାନ୍ତରେ ଅନୁଷ୍ଠାନର ଅଧ୍ୟକ୍ଷା ଜ୍ୟୋତିର୍ମୟୀ ଜ୍ୟୋତ୍ସ୍ନା ଦାଶଙ୍କୁ ପଚାରିବାରୁ ସେ ସମ୍ବଲପୁର ଟ୍ରେନିଙ୍ଗ ରେ ଅଛି ବୋଲି କହିଥିଲେ। ଡିବ୍ଲୁଓ ମୃତ୍ୟୁଞ୍ଜୟ ବଡ଼ପଣ୍ଡାଙ୍କୁ ମୋବାଇଲ ରେ ଯୋଗାଯୋଗ କରାଯାଇଥିଲା, ସେ ଫୋନ ନ ଉଠେଇବାରୁ ତାଙ୍କ ମତାମତ ନିଆଯାଇ ପାରିନଥିଲା। ପରେ ଉପ-ଜିଲ୍ଲାପାଳ ସି.ସରଭନାନଙ୍କୁ ପଚାରିବାରୁ ସେ ଖୁବ ଶୀଘ୍ର ଏହାର ସମାଧାନ କରାଯିବ ବୋଲି କହିଥିଲେ।

Related Posts

About The Author

Add Comment