ଅଧା ପରୀକ୍ଷାରୁ ଖାତା ଦେଲେ ଆହତ ହୋଇଥିବା ଛାତ୍ରୀ

Spread the love
ରାଉରକେଲା, ୨୩/୦୨/୨୦ (ସନ୍ଧାନ ନିଉଜ) : ଅଧାରୁ ଦେବାକୁ ପଡିଲା ପରୀକ୍ଷା ଖାତା । ଦଶମ ଶ୍ରେଣୀ ଛାତ୍ରୀ ନିର୍ଜଳା ବଡାଇକ ପରୀକ୍ଷା ହଲରେ ଅସୁସ୍ଥତା ଅନୁଭବ କରିବାରୁ ତାଙ୍କୁ ଅଧା ପରୀକ୍ଷାରୁ ଖାତା ଦେବାକୁ ପଡିଛି । ଏବେ ତାଙ୍କୁ ପୁଣି ଥରେ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସୂଚନାଯୋଗ୍ୟ, ଶୁକ୍ରବାର ହାତୀବାରୀ ଥାନା ଜଟିଆ ପାହାଡରୁ ପଥର ଖସି 10ମ ଶ୍ରେଣୀ ଛାତ୍ରୀ ନିର୍ଜଳା ବଡାଇକ ଆହତ ହୋଇଥିଲେ । ଚିକିତ୍ସା ପାଇଁ ତାଙ୍କୁ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ ଡାକ୍ତର ଡିସଚାର୍ଜ କରିଦେଇଥିଲେ । ଶନିବାର ସେ ହାତୀବାରି ହାଇସ୍କୁଲରେ ମାଟ୍ରିକ ପରୀକ୍ଷା ଦେଉଥିଲେ । ମାତ୍ର 12ଟାବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହେବାରୁ ନିର୍ଜଳା ନିଶ୍ବାସ ନେବାରେ କଷ୍ଟ ଅନୁଭବ କରିଥିଲେ । ତେଣୁ ପରୀକ୍ଷା ଦେଇନପାରି ଅଧାରୁ ନିଜ ପରୀକ୍ଷା ଖାତା ସୁପରିଟେଣ୍ଡେଟଙ୍କୁ ଦେଇଥିଲେ । ଏହା ପରେ ସେ ପରୀକ୍ଷା ହଲରୁ ସିଧା ହସ୍ପିଟାଲ ଆସିଥିଲେ ।

Related Posts

About The Author

Add Comment