ଅତି ଭୟଙ୍କର ସାମୁଦ୍ରିକ ଝଡର ରୂପ ନେଲା ଫନୀ – ମେ ୩ ରୁ ବଢିବ ପବନର ବେଗ

Spread the love

– ମେ ୨ ରୁ ଓଡିଶା ଉପକୂଳରେ ଘଂଟା ପ୍ରତି ୪୦ ରୁ ୫୦କିମି ବେଗରେ ପବନ ବହିବା ସମ୍ଭାବନା, ମେ ୩ ରୁ ବଢିବ ପବନର ବେଗ

ନୂଆଦିଲ୍ଲୀ ୩୦/୪ (ସନ୍ଧାନ ନିୟୁଜ) ଦକ୍ଷିଣପୂର୍ବ ଓ ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ଉପରେ ସ୍ଥିତ ସାମୁଦ୍ରିକ ଝଡ ଫନୀ ଗତ ୬ ଘଂଟା ମଧ୍ୟରେ ଘଂଟା ପ୍ରତି ୧୬ କିମି ବେଗରେ ଉତର-ଉତରପଶ୍ଚିମ ଦିଗରେ ଗତିକରି ଘନିଭୂତ ହୋଇ ଏକ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହୋଇଛି। ମଙ୍ଗଳବାର ସକାଳ ୫.୩୦ ସୁଦ୍ଧା ୧୧.୭ ଡିଗ୍ରୀ ଉତର ଅକ୍ଷାଂଶ ଏବଂ ୮୬.୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମରେ, ଶ୍ରୀଲଙ୍କାର ତ୍ରିନକୋମାଲିର ପୂର୍ବ-ଉତରପୂର୍ବ ଦିଗରେ ୬୭୦ କିମି ଦୂରତା, ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବ ଦିଗରେ ୬୯୦ କିଲୋମିଟର ଦୂରତା ଏବଂ ଆନ୍ଧ୍ରପ୍ରଦେଶର ମଚ୍ଛଲିପଟ୍ଟନମର ଦକ୍ଷିଣ ପୂର୍ବ ଦିଗରେ ୭୬୦ କିଲୋମିଟର ଦୂରତାରେ କେନ୍ଦ୍ରିଭୂତ ହୋଇଛି। ଆଗାମୀ ୩୬ ଘଂଟା ମଧ୍ୟରେ ଏହା ଆହୁରି ଘନିଭୂତ ହୋଇ ଅତି ଭୟଙ୍କର ସାମୁଦ୍ରିକ ଝଡରେ ପରିଣତ ହେବାର ସମ୍ଭାବନା ରହିଛି। ମେ ୧ ସଂଧ୍ୟା ସୁଦ୍ଧା ଏହା ଉତରପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି ଏବଂ ଏହାପରେ ମୋଡ ବଦଳାଇ ଉତର-ଉତରପୂର୍ବ ଦିଗରେ ଓଡିଶା ଉପକୂଳ ଆଡକୁ ମୁହାଁଇବ।

ଏହାର ପ୍ରଭାବରେ ମେ ୨ରେ ଓଡିଶାର ଦକ୍ଷିଣ ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଉତର ଉପକୂଳର ଅନେକ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ମେ ୩ ଓ ୪ରେ ଓଡିଶା ଉପକୂଳ ଏବଂ ଆନ୍ଧ୍ରପ୍ରଦେଶର ଉତର ଉପକୂଳର କେତେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏହି ଦୁଇ ଦିନ ପଶ୍ଚିମବଙ୍ଗର ଅଧିକାଂଶ ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ଏବଂ କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

Related Posts

About The Author

Add Comment