ଭୂବନେଶ୍ୱର, ୧୪/୧୧ (ସନ୍ଧାନ ନିୟୁଜ) ନିକଟରେ ସମ୍ବାଦର ସମ୍ପାଦକ ସୌମରଂଜନ ପଟ୍ଟନାୟକ ନିଜର ଖବର କାଗଜରେ ‘ଆମ ଘରର ହାଲଚାଲ’ ପ୍ରସଙ୍ଗରେ ରାଜ୍ୟରେ କିଭଳି ଶାସନ ଏବଂ ଶାସନ ପଦ୍ଧତି ଚାଲିଛି ତାହା ଉପରେ ନିଜର ମତପ୍ରକାଶ ପାଇବା ପରେ ରାଜ୍ୟ ରାଜନିତୀରେ କମ୍ପନ ସୃଷ୍ଟି ହୋଇଛି । ଏହାକୁ ନେଇ ବିଜେପି ଏବଂ କଂଗ୍ରେସ ନିଜ ବିଧାୟକ ଯେଉଁ ପ୍ରସଙ୍ଗ ଉତଥାପନ କରୁଛନ୍ତି ତାହା ପକୃତରେ ଓଡିଶାରେ ଚାଲିଥିବା କଥାକୁ କହିଦେଲେ । ତେବେ ସୌମବାବୁ ଏଠି ପ୍ରଶ୍ନ ଉଠାଇଥିବା ବେଳେ ସେ ପୂର୍ବରୁ ମଧ୍ୟ ଅନେକଥର ଏଭଳି ଅନେକ ପ୍ରସଙ୍ଗ ଊଠାଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ଏପରକି ତାଙ୍କ ଖବରକାଗଜ ରାଜ୍ୟର କୋଣ ଅନୁକୋଣରେ ପ୍ରତିଷ୍ଠିତ ହେବାର ଏହାକୁ ଏକ ପ୍ରମୁଖ ମାଧ୍ୟମ ମଧ୍ୟ ପାଲଟିଥିଲା । କିନ୍ତୁ ଦୀର୍ଘଦିନ ଅନ୍ତରରେ ପୁଣିଥରେ ସୌମ୍ୟବାବୁ କାହିଁକି ଏଭଳି ଏକ ପ୍ରସଙ୍ଗ ଦେଖାଇ କଣ ପରୋକ୍ଷରେ ପ୍ରକାଶ କରିବାକୁ ଚାହୁଁଛନ୍ତି । କିଛି ବଡ ଆଶା ରହିଥିଲାକି ବିଜେଡି ଦଳରୁ । ତାହା ପୂରଣ ହେଲା ନାହିଁକି ବୋଲି ଏବେ ବିଜେଡି ସରକାର ବିରୋଧରେ ମୁହଁ ଖୋଲିଲେ । ନାଁ ପୁଣିଥରେ ରାଜନୀତିରେ ଆଉ ନିଦ୍ଧିଷ୍ଟ କିଛି କହିବାକୁ ଚାହୁଁଥିଲେ । ତେବେ ଯାହା ହେଉନା କାହିଁକି ସୌମବାବୁ ପକୃତରେ ସତ୍ୟକଥାକୁ ଏବଂ ବିଜେଡି ସରକାରଙ୍କ ଲକ୍ଷ୍ୟଚୁ୍ୟତ କିପରି ବିଚୁ୍ୟତ ହୋଇ ରାଜ୍ୟବାସୀଙ୍କ ପାଇଁ କାଳ ସାଜୁଛି ତାହା ପ୍ରକାଶ କରିଯାଇଛନ୍ତି । ଅନ୍ୟ ବିଧାୟକ ମାନେ ମଧ୍ୟ ବିଜେଡି ଦଳ ନଦେଖି ରାଜ୍ୟବାସୀଙ୍କ ହିତପାଇଁ ପକୃତ ପ୍ରସଙ୍ଗ ଏବଂ ତାହାର ସମସ୍ୟ ଏବଂ ସମାଧାନ ଉପରେ ମୁହଁ ଖୋଲିବାର ସମୟ ରହିଛି ।
ଅତି ଜାଣିସିଆଣିଆ ସୌମ୍ୟ ବାବୁ ?
|
November 14, 2019 |
