ଅତଡା ଖସି ଜଣେ ମୃତ, ଜଣେ ଗୁରୁତର

Spread the love
ରାଉରକେଲା, ୭/୨/୨୦ (ସନ୍ଧାନ ନିଉଜ) : ସୁନ୍ଦରଗଡ ଜିଲ୍ଲା ନୂଆଗାଁ ବ୍ଲକର ହାତୀବାରିରେ ଅଘଟଣ । ଟିସକୋର ଏକ ପରିତ୍ୟକ୍ତ ଚୂନ ପଥର ଖଣିରେ ଅତଡା ଖସି ସଦାନନ୍ଦ ସୁରିନଙ୍କ ମୃତ୍ୟୁ ହୋଇଥିବାବେଳେ, ଅରବିନ୍ଦ ଲୁଗୁନ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି ।  ଉଭୟଙ୍କୁ ଗୁରୁତର ଅବସ୍ଥାରେ ହାତୀବାରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ନଥିବାରୁ ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ସେଠାରେ ରହିବା ପରେ ସଦାନନ୍ଦ ମୃତ୍ୟୁବରଣ କରିଥିଲେ ବୋଲି ଅଭିଯୋଗ ହୋଇଛି ।

Related Posts

About The Author

Add Comment