ଅତଗୁରୁ କୋଲ ଲାକ ବୋଦ୍ରା ଥିଲେ “ହୋ ସମାଜର ଲିପି ସ୍ରଷ୍ଟା”

Spread the love

ରାଉରକେଲା,  ୨୧/୯ (ସନ୍ଧାନ ନିୟୁଜ : ମୁଲକିୟା ହୋ କମିଟି ରାଉରକେଲା ପକ୍ଷରୁୁ ଆଦିବାସୀ ହୋ ସମାଜର ୱାରାଂଚିତି ଲିପିଶ୍ରଷ୍ଟା ଗୁରୁ ଲାକ ବୋଦ୍ରାଙ୍କ ୧୦୦ତମ ଜୟନ୍ତୀ କଇତାବାସା ଓ ଲାଗାଡ଼ା ବାସା ଫୁଟବଲ ପଡିଆଠାରେ ଅତି ଆନନ୍ଦ ଓ ଉଲ୍ଲାସର ସହିତ ପାଳିତ ହୋଇଯାଇଛିା ଉକ୍ତ ଜୟନ୍ତିରେ ସର୍ବପ୍ରଥମେ ଗୁରୁ ଲାକ ବୋଦ୍ରାଙ୍କ ପୁଜା ଅର୍ଚ୍ଚନା ସହିତ କୁନିକୁନି ପିଲାମାନେ ଗୁରୁବନ୍ଦନା କରିଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା ଯୋଗଦେଇ ଗୁରୁ ଲାକ ବୋଦ୍ରାଙ୍କ ତୈଳଚିତ୍ରରେ ପୁଷ୍ପ ମାଲ୍ୟ ଅର୍ପଣ କରି କାର୍ଯ୍ୟକ୍ରମଟିକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିଥିଲେ । ସେ ଶିକ୍ଷାକୁ ପ୍ରାଥମିକତା ଦେବା ସହିତ ୱାରାଂ ଚିତି ଲିପିକୁ ଶିଖିବା ଜରୁରୀ ବୋଲି ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ । ସମ୍ମାନୀୟ ଅତିଥି ଭାବେ ଅଲ ଇଣ୍ଡିଆ ହୋ ଭାଷାର ଆକସନ କମିଟିର ସଭାପତି କେ.ସି ବିରୁଲି ଉପସ୍ଥିତ ରହି ତାଙ୍କ ବକ୍ତବ୍ୟରେ ହୋ ମାନଙ୍କର ଭାଷା,ସଂସ୍କୃତି ଓ ଲିପି ଅଛି । ସେମାନଙ୍କର ପରିଚୟ ସ୍ୱତନ୍ତ୍ର କିନ୍ତୁ ଭାରତର ବିଭିନ୍ନ ରାଜ୍ୟରେ ବସବାସ କରୁଥିବାରୁ ସେମାନଙ୍କ ସଂଖ୍ୟା ଜଣା ପଡ଼େ ନାହିଁ ବୋଲି କହିଥିଲେ । ମୁଖ୍ୟବକ୍ତା ଭାବେ ହୋ ଭାଷା ସୁରକ୍ଷା ମଂଚର ଉପଦେଷ୍ଟା ସେଲାଇ ପୂର୍ତି ହୋ ଲିପି ଶ୍ରଷ୍ଟା ଗୁରୁ ଲାକ ବୋଦ୍ରାଙ୍କ ଜୀବନୀ ଉପରେ ଗୁରୁ ଲାକ ବୋଦ୍ରା ହୋ ସମାଜର ଯୁଗାନ୍ତକାରୀ ପୁରୁଷ ବୋଲି ଆକ୍ଷା କରିଥିଲେ ଓ ସେ ହୋ ସମାଜ ପାଇଁ ଏକ ଅମୂଲ୍ୟ ସମ୍ପତି ଦେଇଯାଇଛନ୍ତି ତାହାକୁ ହୋ ଭାଇଭଉଣୀମାନେ ଯୁଗଯୁଗ ଧରି ସେବା ସାଇତି କରି ରଖିବା ଉଚିତ୍ ବୋଲି କହିଥିଲେ । ବିଧାୟକଙ୍କ ଦ୍ୱାରା ମଂଚାସୀନ ଥିବା ସମସ୍ତ ଅତିଥିଙ୍କୁ ନିଜ କରକମଳରେ ଶାଳ ଚାରା ଅର୍ପଣ କରିଥିଲେ । ଅନ୍ୟ ଅତିଥି ମଧ୍ୟରେ ହୋ ସମ୍ପ୍ରଦାୟର ଗ୍ରାମ ମୁଖିଆ ଚାମ୍ରା ହେମ୍ବ୍ରମ,କାଲା ସିଂ ପୂର୍ତି,ଚକ୍ର ମୁଣ୍ଡା,ସୁରେଶ ସିଂ ସାମାଡ଼,ସେଡ଼େଗା ସାଉଁୟା,ମନାଦି ସାଉଁୟାଁ,କଲାଏ ବାଗେ,ରାଜେଶ ବୋଇପାଇ ,ଦାମ୍ପା ଉଗୁରୁସାଣ୍ଡି ମଂଚାସୀନ ଥିଲେ । ଏହି କାର୍ଯ୍ୟକ୍ରମରେ କଲ୍ୟାଣ ଚାକୀ,ରାସୀ ସାମାଡ଼,ବାଗୁନ ମୁଣ୍ଡା,ସୁରଜ ଗାଗରାଇ,ସାହିଲ ତିଉ,ଦୀପକ ଲେଙ୍କା,ଡ଼ବର ସଏ,ହରିହର ସିଂ ଖୁଟିଂଆ,ହାଲୁ ସୋଏ, ରାମରାଇ ବଇପାଇ, ଦିଉରୀ ଗାଗାରାଇ, ବୈକୁଣ୍ଠ ଗଡ୍ସରା, ମହେନ୍ଦ୍ର ସାମାଡ୍, ମୋହନ ସିଂ ତିଉ, ଲଞ୍ଜ ତିରିୟା, ଦିଲିପ ସିଂ ପୁର୍ତି, ଜଗବନ୍ଧୁ ଗଡ୍ସରା, ସାଧୁ ବୋଦରା, ସୋମନାଥ ହେମ୍ବ୍ରମ, ରାଜେଶ ବୋଇପାଇ, ଲାଲସିଂ ବୁଳିଉଲି, ସିଙ୍ଗରାଇ ମୁଣ୍ଡ୍ରି, କାଲାସିଂ ପୁର୍ତୀ, ଉଦୟ ପୁର୍ତୀ, ସାମୁ ଗାଗରାଇ,ଆକାଶ ହେମ୍ବମ ସମେତ ହୋ ସମାଜର ଅନ୍ୟାନ କର୍ମକର୍ତା ସହଯୋଗ କରିଥିଲେ ।ଏହି ଅବସରରେ ହୋ ସମାଜ ପକ୍ଷରୁ ଦିଲ୍ଲିପ ସିଂ ପୁର୍ତି ଓ ଗଦାଧର ତିଉ ମିଳିତ ଭାବେ ମଂଚ ପରିଚାଳନା କରିଥିଲେ । ଉକ୍ତ ଉସôବରେ ପାରମ୍ପରିକ ବାଦ୍ୟ ଯନ୍ତ୍ର ସହିତ ଜମ୍ ନାମା ଓ ହେରଃ ପର୍ବର ନୃତ୍ୟ, ଗୀତ ଓ ପ୍ରସାଦ(ଲେଟେ) ସେବନ କରାଯାଇଥିଲା ।କାର୍ଯ୍ୟକ୍ରମ ଶେଷରେ ଦେବରାଜ ବାନ୍ରା ଧନ୍ୟବାଦ ଦେଇଥିଲେ ।

Related Posts

About The Author

Add Comment