ପୁରୀ, ୨୫/୧ (ସନ୍ଧାନ ନିୟୁଜ) : ପୁରୀ ଜିଲ୍ଲାର ଦାଣ୍ଡମୁକୁନ୍ଦପୁର ନିକଟରେ ଆଜି ସକାଳେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋ ସହ ସ୍କୁଟିର ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣ ଶିକ୍ଷୟିତ୍ରୀଙ୍କର ଜୀବନ ଯାଇଛି। ସେମାନେ ହେଲା ସ୍ଥାନୀୟ ପୀତବାସ ୟୁଜି ଏମ୍ଇ ସ୍କୁଲର ଶିକ୍ଷୟିତ୍ରୀ ସ୍ନେହଲତା ସାହୁ ଓ ଶୁଭଲକ୍ଷ୍ମୀ ପରିଡ଼ା।
ଶନିବାର ସକାଳୁଆ ସ୍କୁଲ ଥିବାରୁ ଶିକ୍ଷୟିତ୍ରୀ ଦ୍ୱୟ ସ୍କୁଟି ଯୋଗେ ସ୍କୁଲ ଆସୁଥିଲେ। କିନ୍ତୁ ଦାଣ୍ଡମୁକୁନ୍ଦପୁର କେନ୍ଦ୍ରୀୟ ପ୍ରାଥମିକ ସ୍କୁଲ ସମମ୍ମୁଖରେ ବିପରୀତ ଦିଗରୁ ଆସୁଥିବା ଏକ ଅଟୋ ସହ ସେମାନଙ୍କର ମୁହାଁମୁହିଁ ଧକ୍କା ହୋଇଥିଲା। ଗୁରୁତର ଅବସ୍ଥାରେ ସେମାନଙ୍କୁ ପ୍ରଥମେ ପିପିଲି ହସ୍ପିଟାଲ ଓ ପରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲେ ମଧ୍ୟ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ।



