ସୁନ୍ଦରଗଡ଼,24/11(ସଂଧାନ ନିୟୁଜ) ସୁନ୍ଦରଗଡ଼ ଜିଲ୍ଲା ବଣେଇ ଥାନା ଅନ୍ତର୍ଗତ ରାଜାଧରାଣୀଧର ବହୁମୁଖୀ ଖେଳ ପଡିଆ ସମ୍ମୁଖ ମୁଖ୍ୟ ରାସ୍ତା ଉପରେ ଆଜି ଦିନ ୨ଟା ପାଖାପାଖି ରେ ଏକ ଅଟୋ ଓ ସ୍କୁଟି ଧକ୍କା ହୋଇଥିଲା ଫଳରେ ସ୍କୁଟି ଚାଳକଙ୍କ ଏହି ଦୁର୍ଘଟଣାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସ୍କୁଟି ଚାଳକ ବଣେଇ ରାଜା ଧରଣୀଧର ଉଚ୍ଚ ବିଦ୍ୟାଳୟ ର ସଂସ୍କୃତ ଶିକ୍ଷକ ଭାବେ କାର୍ଯ୍ୟରତ ଥିବା ସୂଚନାରୁ ଜଣାପଡିଛି। ତାଙ୍କ ନାମ ଶଶାଙ୍କ ଶେଖର ମିଶ୍ର ଏବଂ ସେ ଜକେଇକଳା ଗ୍ରାମର ନିବାସୀ ଅଟନ୍ତି ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି।
ରିପୋର୍ଟ:-ଲମ୍ବୋଦର ବାରିକ