ଅଞ୍ଜଳିଙ୍କ ପ୍ରେମରେ କେମିତି ପଡିଥିଲେ ସଚିନ

ନୂଆଦିଲ୍ଲୀ, ୨୪/୪ (ସନ୍ଧାନ ନିୟୁଜ) ସଚିନ ତେନ୍ଦୁଲକର, ଏହି ନାଁ’ଟି କେବଳ ଦେଶରେ, ନୁହେଁ ସାରା ବିଶ୍ୱରେ ଜଣାଶୁଣା। କ୍ରିକେଟର ଭଗବାନ ଭାବେ ତାହାଙ୍କ ରହିଛି ଖ୍ୟାତି। ପଡିଆରେ ସେ ଯେତିକି ଶାନ୍ତଶିଷ୍ଟ ବ୍ୟକ୍ତିଗତ ଜୀବନରେ ମଧ୍ୟ ବେଶ୍ ସାଧାସିଧା। ସଚିନଙ୍କ ଜୀବନରେ ସବୁଠୁ ରୋମାଞ୍ଚଭରା ଥିଲା ତାଙ୍କ ପ୍ରେମକାହାଣୀ। ବୟସରେ ୫ବର୍ଷ ସାନ ଅଞ୍ଜଳୀଙ୍କୁ ନିଜ ଜୀବନସାଥୀ ଭାବେ ବାଛି ଥିଲେ ସଚିନ। ପେସାରେ ଡାକ୍ତର ଥିବା ଅଞ୍ଜଳୀଙ୍କ ପାଇବା ପାଇଁ ସଚିନଙ୍କ ଖୁବ୍ ପରିଶ୍ରମ କରିବାକୁ ପଡିଥିଲା। ଉଭୟଙ୍କ ପ୍ରଥମ ଥର ପାଇଁ ଭେଟ ହୋଇଥିଲା ବିମାନ ବନ୍ଦରରେ। ଅଞ୍ଜଳି ତାଙ୍କ ମା’ଙ୍କୁ ନେବାପାଇଁ ଏୟାରପୋର୍ଟ ଯାଇଥିଲେ। ସେଠାରେ ପ୍ରଥମେ କ୍ରିକେଟର ସଚିନଙ୍କୁ ଦେଖି ସଚିନ ସଚିନ ବୋଲି ଡାକିଥିଲେ ଅଞ୍ଜଳି। କିନ୍ତୁ ୧୭ ବର୍ଷୀୟ ସଚିନଙ୍କୁ ଲାଜ ଲାଗିବାରୁ ସେ ଯାଇ ଗାଡିରେ ବସିଯାଇଥିଲେ। ସେହି ପ୍ରଥମ ଦେଖାରେ ଅଞ୍ଜଳିଙ୍କୁ ମନ ଦେଇଥିଲେ ସଚିନ। ଅଞ୍ଜଳି ମଧ୍ୟ ପୂର୍ବରୁ ସଚିନଙ୍କ ଫ୍ୟାନ୍ ଥିଲେ। କିଛି ଦିନପରେ ଅଞ୍ଜଳି କୌଣସି ଉପାୟରେ ସଚିନଙ୍କ ଫୋନ ନମ୍ବର ପାଇଥିଲେ। ଏହାପରେ ସେ ସେହି ନମ୍ବରରେ କଲ କରିବାରୁ ସଚିନ ଫୋନ ରିସିଭ କରିଥିଲେ। ସେ ସଚିନଙ୍କୁ ତାଙ୍କ ପରିଚୟ ଦେଇ ସେଦିନ ବିମାନବନ୍ଦରର ଘଟଣା ବିଷୟରେ କହିଥିଲେ। ଅଞ୍ଜଳି ସଚିନଙ୍କୁ ପଚାରିଥିଲେ ସେଦିନ ସେ କେଉଁ ଡ୍ରେସ ପିନ୍ଧିଥିଲେ? ସଚିନ ଏହାର ଠିକ ଉତ୍ତର ଦେଇ କହିଥିଲେ ଯେ, ସେ କମଳା ରଙ୍ଗର ଡ୍ରେସ ପିନ୍ଧିଥିଲେ। ଏହା ଶୁଣି ଅଞ୍ଜଳି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏହାପରେ ଦୁହେଁ ଫୋନରେ କଥା ହେବାକୁ ଲାଗିଲେ। ଧୀରେ ଧୀରେ ତାଙ୍କ ପ୍ରେମ ସମ୍ପର୍କ ନିବିଡ ହେବାକୁ ଲାଗିଲା। ପରିଶେଷରେ, ୧୯୯୫, ମେ ୨୪ରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ।
Related Posts
About The Author