ସୁନ୍ଦରଗଡ଼ ତା:୧୪-0୧-୨0୨୬ରିଖ (ସନ୍ଧାନ ନ୍ୟୁଜ ) ସୁନ୍ଦରଗଡ ଜିଲ୍ଲାର କୋଣ କୋଣ ରେ ଦେଶୀ ତଥା ବିଦେଶୀ ମଦ ବିକ୍ରି କରିବା ସଙ୍ଗେ ସଙ୍ଗେ ବର୍ତ୍ତମାନ ଖଜୁରୀ ରସ ମଧ୍ୟ ବ୍ୟବସାୟ ପ୍ରଶାସନ ର ପ୍ରଶୟରେ ଚାଲିଥିବା ଖବର ସାମ୍ନା କୁ ଆସୁଛି l ଏପରି ଦୃଶ୍ୟ ଦେଖିବାକୁ ମିଳିଛି ବାଲିଶଙ୍କରା ବ୍ଲକ ଲୁଲୁକିଡ଼ିହି ଗ୍ରାମ ପଞ୍ଚାୟତ ର ବ୍ରlହ୍ମଣୀ ବାହାଲ ଗ୍ରାମ, ବନଡେଗା ଗ୍ରାମ ପଞ୍ଚାୟତ ର ସରହା ଜଂଘା ଗ୍ରାମ, ଫଳସା (ଚରଣ ଟୋଲୀ )ଶାଗ ବାହାଲ ଗ୍ରାମ ପଞ୍ଚାୟତ ର ମୂଷାକଟା ଗ୍ରାମ ରେ ତଲସରା ଗ୍ରାମ ପଞ୍ଚାୟତ ର ଟିକିଲି ପଡା, ବଘୀଆବେର୍ଣ୍ଣି ଗ୍ରାମ ରେ ଦେଖିବାକୁ ମିଳିଛି l ସକାଳୁ ୫ଟା ସମୟ ରୁ ଖଜୁରୀ ରସ ବିକ୍ରି ଆରମ୍ଭ ହେଉଥିବା ବେଳେ ଲୋକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଛି l ଏହି ଗ୍ରାମ ପଞ୍ଚାୟତ ର ଗ୍ରାମବାସି ଙ୍କ କହିଥିବା ସୂଚନା ଅନୁସାରେ ଅଞ୍ଚଳ ର ବ୍ୟକ୍ତି ସହିତ ସ୍କୁଲ ପିଲାମାନେ ଖଜୁରୀ ରସ କଟା ଯାଉଥିବା ସ୍ଥାନ କୁ ପହଞ୍ଚି ଖଜୁରୀ ରସ ପିଇ ମାତାଲ ହୋଇ ଘର ଫେରି ପରିବାର ସହିତ ଝଗଡା କରୁଥିବା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l ଖଜୁରୀ ରସ ପିଇବା ପାଇଁ ଯଦି ଘରେ ଟଙ୍କା ନ ପାଇଲେ ପଞ୍ଚାୟତ ରୁ ପାଇଥିବା ଚାଉଳ କିମ୍ବା ଅନ୍ୟ ଜିନିଷ ଧରି ଖଜୁରୀରସ ପିଇବାକୁ ଯାଇ ରସ ପିଇ ଘରେ ଆସି ପରିବାର ରେ ଝଗଡା କରୁଥିବା ଖବର ମିଳିଛି l ବିଦ୍ୟାଳୟ କିମ୍ବା କଲେଜ ଯାଉଥିବା ପିଲା ମାନେ ମଧ୍ୟ ଖଜୁରୀ ରସ ପିଇ ବିଦ୍ୟାଳୟ କିମ୍ବା କଲେଜ ଯାଉଥିବା ଜନ ସାଧାରଣରେ ଚର୍ଚ୍ଚା ହେଉଛି l ଖଜୁରୀ ରସ ସହିତ ଦେଶୀ ଓ ବିଦେଶୀ ମଦକୁ ବନ୍ଦ କରିବା ପାଇଁ ଗ୍ରାମ ର ମହିଳା ମା ମାନେ ଅନେକ ପ୍ରୟାସ କରିଛନ୍ତି କିନ୍ତୁ କୌଣସି ସୁଫଳ ମିଳି ପାରୁ ନ ଥିବା ଯୋଗୁଁ ପ୍ରଶାସନର ସଂପୃକ୍ତି ଥିବା ବୁଦ୍ଧିଜିବୀ ମହଲରେ ଚର୍ଚ୍ଚା ହେଉଛି ।ବହୁତ ଶୀଘ୍ର ଏହି ଦେଶୀ, ବିଦେଶୀ ମଦ ସହିତ ଖଜୁରୀ ରସ ମାଦକ ଦ୍ରବ୍ୟ ବନ୍ଦ କରିବା ପାଇଁ ଜିଲ୍ଲା ପ୍ରଶାସନ କୁ ଦାବି କରିଥିବା ଜଣାପଡିଛି ।
ଅଞ୍ଚଳ ରେ ଚାଲିଛି ଖଜୁରୀ ରସ ବ୍ୟବସାୟ, ପ୍ରଶାସନ ପାଖରେ ରହିଛି ଚାବିକାଠି
|
January 14, 2026 |



