ଅଜଣା ଯୁବତୀଙ୍କୁ ନିର୍ମମ ଭାବେ ହତ୍ୟା କରି ଫିଙ୍ଗିଲେ ଦୁର୍ବୁତ୍ତ

Spread the love

ଛତିଆ, ୨୫/୦୫ ( ସନ୍ଧ|ନ ନିଉଜ) ଅଜଣା ଯୁବତୀ ଙ୍କ ଅର୍ଦ୍ଧ ଉଲଗ୍ନ ମୃତ ଦେହ ନଦୀ ପାଠ ମଶାଣି ନିକଟରୁ ଠାବ,କେହି ଦୁର୍ବୁତ୍ତ ହତ୍ୟା କରି ଗେଙ୍ଗୁଟି ନଦୀ ପଠା ମଶାଣି ନିକଟରେ ଫିଙ୍ଗି ଦେଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।
ସୂଚନା ଥାଉକି,ଯାଜପୁର ଜିଲ୍ଲା ବୈରୀ ଥାନା ଅନ୍ତର୍ଗତ ଚମ୍ପାଉପୁର ପଞ୍ଚାୟତ ଅନ୍ତର୍ଗତ ଗୋପୀନାଥ ପୁର ଗେଙ୍ଗୁଟି ନଦୀକୂଳ ପଠା ମଶାଣି ନିକଟରେ ଏକ ଅଜଣା ଯୁବତୀଙ୍କ ମୃତ ଦେହ ପଡିଥିବା ଗାଁ ଲୋକ ଦେଖିବାକୁ ପାଇଥିଲେ,ସଙ୍ଗେ ସଙ୍ଗେ ଏହି ଖବର ଗାଁ ଲୋକଙ୍କ ପକ୍ଷରୁ ବୈରୀ ଥାନାକୁ ଜଣାଇଥିଲେ, ଖବର ପାଇ ବୈରୀ ଥାନା ଅଧିକାରୀ ଜଗଦୀଶ କର ସ ଦଳ ବଳେ ଘଟଣା ସ୍ଥଳରେ ପହଞ୍ଚି, ଶବକୁ ଜବତ କରିବା ସହିତ ଅଧିକ ତଦନ୍ତ ଜାରି ରଖିଥିବା ଦେଖିବାକୁ ମିଳିଛି,ତେବେ ମୃତ ଯୁବତୀଙ୍କ କୌଣସି ପରିଚୟ ମିଳିପାରି ନ ଥିବାବେଳେ,ବୟସ ପ୍ରାୟ ୨୭ ବର୍ଷ ହେବ ବୋଲି ଅନୁମାନ କରାଯାଉଛି।ତେବେ ମୃତ ଦେହ ପଡିଥିବା ଅନତି ଦୂରରେ ଏକ କାଠ ଫାଳିଆ ସହିତ ଯୁବତୀଙ୍କ ଭ୍ୟାନିଟ, ସୁନାମୁଦି ଓ କିଛି ଗହଣା ପଡିଥିବା ଦେଖିବାକୁ ମିଳିଥିବା ବେଳେ ଏହା ଏକ ହତ୍ୟାକାଣ୍ଡ ବୋଲି ସାଧାରଣରେ ଚର୍ଚ୍ଚା ହେଉଥିବା ବୈଇରୀ ପୋଲି ସି ତଦନ୍ତ ଜାରି ରହିଛି

Related Posts

About The Author

Add Comment