ଯାଜପୁର ସଦର, ୨୭ା୧୦: ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ବ୍ରହ୍ମବରଦା କଲେଜ ନିକଟରେ ଏକ ଅଜଣା ଯୁବକକୁ ମଟର ସାଇକେଲ ଧକ୍କା ଦେଇଥିବା ବେଳେ, ଯୁବକ ଗୁରୁତର ଆହାତ ହୋଇଥିବା ଜଣାଯାଇଚି । ଏହି ଅଜଣା ଯୁବକର ପରିଚୟ ମିଳିନଥିବା ବେଳେ, ଦୃଘଟଣା ଘଟାଇଥିବା ବାଇକ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଚି । ଏହି ଅଜଣା ଯୁବକର ଘର କେଉଁଠାରେ ଜଣା ପଡ଼ିନଥିବା ବେଳେ, ବ୍ରହ୍ମବରଦା ଥାନା ପୋଲିସ ନିକଟରେ ସୂଚନା ଅଛି କି ନାହିଁ ତାହା ଜଣା ପଡ଼ିନାହିଁ । କଲେଜ ଛକକୁ ଏହି ଯୁବକ କାହିଁକି ଆସିଥିଲା ତାହା ସନ୍ଧେହ ଜନକରେ ରହିଚି । ଏହି ଅଜଣା ଯୁବକ ଜଣକ ମୃତ କି ଜୀବିତ ତାହା ସ୍ପଷ୍ଟ ହୋଇନଥିବା ବେଳେ, ରିପୋର୍ଟ ଲେଖା ହେଲା ବେଳକୁ ଏହି ଅଜଣା ଯୁବକ ମେଡିକାଲରେ ଚିକିତ୍ସିତ ହେଉଚି କି ତାର ମୃତ୍ୟୁ ଘଟିଚି ତହା ଜଣାନାହିଁ । ଏହା ଉପରେ ପୋଲିସ ତଦନ୍ତ କରିବା ପାଇଁ ସାଧାରଣରେ ଦାବି କରାଯାଉଚି ।
ଅଜଣା ଯୁବକ ଗାଡ଼ି ଧକ୍କାରେ ଗୁରୁତର ଆହତ
|
October 28, 2023 |
