ଅଜଣା ଯୁବକର ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Spread the love

ସୁନ୍ଦରଗଡ ତା:୪/୭/୨୦୨୧ ( ସନ୍ଧାନ ନିଉଜ/ ରାଜୁ ପଟେଲ )  ସୁନ୍ଦରଗଡ ବାଇପାସ ପାଖରେ ଜଣେ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକଙ୍କ ପରିଚୟ ମିଳିପାରି ନ ଥିବା ବେଳେ ତାଙ୍କ ପରିପାର୍ସୀକ ପରିସ୍ଥିତୁକୁ ଅନୁଧ୍ୟାନ କରି ସେ ସୁନ୍ଦରଗଡ ଅଞ୍ଚଳର ବୋଲି ଅନୁମାନ କରାଯାଉଛି  ଯୁବକଙ୍କ ବୟସ ୨୫ରୁ୨୭ବର୍ଷ ଭିତରେ ହୋଇଥିବା ଅନୁମାନ କରାଯାଉଥିବା ବେଳେ ତାଙ୍କୁ ମାଡ଼ ମାରି ରାସ୍ତାରେ ଫିଙ୍ଗି ଦେଇଥିବା ସୁଚନା ଆସିଛି । ଏହି ଅଞ୍ଚଳର କେତେକ ସହୃଦୟ ବ୍ୟକ୍ତି ଦେଖି ଟାଉନ ଥାନାକୁ ଅବଗତ କରାଇଥିଲେ । ହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଟାଉନ ପୋଲିସ ଏହାର ତୁରନ୍ତ ପର୍ଦାଫାସ କରାଯିବ ବୋଲି ସୂଚନା ମିଳିଛି ।ରୀତି ମତ ଭାବରେ ଏହି ପ୍ରକାର ଅସ୍ପଷ୍ଟ ହତ୍ୟାକାଣ୍ଡ ହୋଉଥିବାରୁ ଟାଉନ ପୋଲିସ ତନାଘନା ଚଳାଇଛି ।

Related Posts

About The Author

Add Comment