ବାରିପଦା, ୦୮/୧୨/୨୦୨୦ (ସନ୍ଧାନ ନିଉଜ)- ଉଦଳା ରାଜ୍ୟ ରାଜପଥର ପଥରାଛକ ପୋଲ ନିକଟରେ ମହିଳାଙ୍କ ମୃତଦେହ ପଡିଥିବା ଦେଖିବାକୁ ମିଳିଛି। ପୋଲ ନିକଟରେ ଥିବା ଏକ ଲଟାରେ ଜଣେ ଅଜଣା ମହିଳାଙ୍କ ମୃତଦେହ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁପାଇ ଏନେଇ ଖୁଣ୍ଟା ଥାନା ପୋଲିସକୁ ଖବର ଦେଇଥିଲେ। ଖବରପାଇ ଖୁଣ୍ଟା ଥାନା ପୋଲିସ ଘଟଣାସ୍ଥଳରେ ପହଂଚି ମୃତଦେହ ଜବତ କରିଛି। ମୃତ ମହିଳାଙ୍କ ପରିଚୟ ମିଳିପାରିନଥିବା ବେଳେ ରାସ୍ତା ପାର୍ଶ୍ୱରେ ମହିଳାଙ୍କ ମୃତଦେହ କିଭଳି ଆସିଲା ତାହାକୁନେଇ ବେଶ ସନ୍ଦେହ ସୃଷ୍ଟି କରୁଥିବା ବେଳେ ଏହି ରହସ୍ୟମୟ ଘଟଣାରୁ ପରଦା ଉଠାଇବା ଖୁଣ୍ଟା ପୋଲିସ ପାଇଁ ଏକ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ତେବେ ଘଟଣାର ଅଧିକ ଛାନଭିନ କରି ଆପାତତଃ ପ୍ରମାଣ ସଂଗ୍ରହ ନିମନ୍ତେ ସାଇଣ୍ଟିଫିକ ଟିମର ସହାୟତା ନେଇଛି ଖୁଣ୍ଟା ପୋଲିସ। ତେବେ ମହିଳାଙ୍କ ମୃତ୍ୟୁ ସ୍ୱାଭାବିକ ନା ତାଙ୍କୁ କେହି ହତ୍ୟା କରିଛି ତାହା ଏବେ ବି ସନ୍ଦେହଘେରୋରେ ରହିଛି..
ଅଜଣା ମହିଳାଙ୍କ ମୃତଦେହ ଉଦ୍ଧାର
|
December 9, 2020 |