ଅଜଣା ଗାଡି ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ ଦୁଇ ଗୁରୁତର ଆହତ

Spread the love
କେନ୍ଦୁଝର, ୦୭/୧୨ (ସନ୍ଧାନ ନିୟୁଜ୍କେ) ନ୍ଦୁଝର ଜିଲ୍ଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥର ବାଙ୍କପାଟୁଳି ହାଟ ନିକଟରେ ଗୁରୁବାର ଅପରାହ୍ନରେ ଏକ ସଡକ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡି ଧକ୍କାରେ ଜଣେ ବାଇକ ଆରୋହୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତ ଯୁବକ ଜଣଙ୍କ ବାଙ୍କପାଟୁଳି ହାଟରୁ ସଉଦା କରି ନିଜ ଗ୍ରାମ ଗୁମୁରାକୁ ଯାଉଥିଲେ ବୋଲି ପାରିପାର୍ଶ୍ବିକ ସ୍ଥିତିରୁ ଅନୁମାନ କରାଯାଉଛି। ତେବେ ଦୁର୍ଘଟଣାଗ୍ରସ୍ତ ବାଇକଟି ସିକନ୍ଦର ମୁଣ୍ଡାଙ୍କ ବୋଲି ଜଣାପଡିଛି। କିନ୍ତୁ ମୃତ ଯୁବକ ସିକନ୍ଦର ମୁଣ୍ଡା କିମ୍ବା ଅନ୍ୟ କିଏ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।
Report- Prasanta Samal

Related Posts

About The Author

Add Comment