ଅଜଣା ଗାଡ଼ି ଧକ୍କାରେ ବୃଦ୍ଧ ମୃତ         

Spread the love

ବଡ଼ଚଣା ୪/୬ (ସନ୍ଧାନ ନିୟୁଜ) ବଡ଼ଚଣା ଥାନା ଅନ୍ତର୍ଗତ ୧୬ ନିଁ ଜାତୀୟ ରାଜପଥର ବଡ଼ଚଣା ଛକ୍ ରେ ଅଜଣା ଗାଡ଼ି ଧକ୍କାରେ ଜଣେ ବୃଦ୍ଧ ଙ୍କ ମୃତ୍ୟୁ ଘଟିଛି ! ବଡ଼ଚଣା ଗ୍ରାମର ରାଜ କିଶୋର ନାୟକ(୬୫) ଆଜି ସକାଳେ ସାଇକଲ ଯୋଗେ ରାସ୍ତା ପାର୍ ହେଉଥିବା ବେଳେ କଟକ ରୁ ଚଣ୍ଡିଖୋଲ ଅଭିମୁଖେ ଆସୁଥିବା ଏକ ଇଣ୍ଡିକା ତାଙ୍କୁ ଧକ୍କା ଦେଇ ପଳାଇଥିବା ଦେଖାଯାଇଥିଲା! ବୃଦ୍ଧ ଜଣକୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ! ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ସ୍ଥାନାନ୍ତର କରିଥିଲେ ! ସେଠାରେ ତାଙ୍କର ମୃତ୍ୟୁ ହୋଇଛି! ପୋଲିସ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି ତାଙ୍କ ମୃତ୍ୟୁ ରେ ସ୍ଥାନୀୟ ଅଂଚଳର ଶୋକର ଛାୟା ଖେଳିଯାଇଛି ମରଶରୀରକୁ ନିଜ ଗ୍ରାମ ଶ୍ମଶାନ ରେ ଦାହ କରାଯାଇଥିଲା ପୁତ୍ର ରଞ୍ଜନ ମୁଖଗ୍ନୀ ଦେଇଥିଲେ

Report- Anita Behera

Related Posts

About The Author

Add Comment