ରାଉରକେଲା, ୧୯/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଜଣେ ଅଚିହ୍ନା ଯୁବକର ଶବ ସକôାର କରିଛନ୍ତି ଦକ୍ଷିଣ ରାଉରକେଲା ଯୁବ ମଂଚର ସଦସ୍ୟ ଓ କିଛିଯୁବ ଗୋଷ୍ଠୀ । ଏହି ପବିତ୍ର କାର୍ଯ୍ୟରେ ସାମିଲ ହୋଇଥିଲେ ଟାଙ୍ଗରପାଲୀ ଥାନା ଏସଆଇ ଶ୍ରୀ ବାରିକ ଓ ଦକ୍ଷିଣ ରାଉରକେଲା ଯୁବ ମଂଚର ଅକ୍ଷୟପ୍ରହରାଜ, ଘନଶ୍ୟାମ ସାହୁ, ଜଗନ୍ନାଥ ପାତ୍ର, ସୁବାଷ ଜେନା, ରାଜା, ଜିତୁ, ଦିଲୀପ, ପପୁ ଓ ଧନଜଂୟ ବିଶ୍ୱାଳ,ସୈଭାଗ୍ୟ ସ୍ୱାଇଁ ,ତ୍ରିଲୋଚନ ବିଶ୍ୱାଳ । ପ୍ରାପ୍ତ ସୂଚନାରୁ ପ୍ରକାଶ ଯେ, ଆରଜିଏଚରେ ଚିକିସôିତ ଜଣେ ଯୁବକଙ୍କ ମୃତୁ୍ୟ ହେବା ପରେ ଟାଙ୍ଗରପାଲୀ ପୁଲିସ ଶବ ଜବତ କରି ଶବଗୃହରେ ରଖିଥିଲା । ଉକ୍ତ ମୃତ ଯୁବକଙ୍କ କେହି ଦାବବିଦାର ନଆସିବାରୁ ପୁଲିସ ଶବକୁ ୧୦ ଦିନ ରଖିବା ପରେ ଗତକାଲି ଦକ୍ଷିଣ ରାଉରକେଲା ଯୁବ ମଂଚ ସହାୟତାରେ ଟାଙ୍ଗରପାଲୀ ପୁଲିସ ପକ୍ଷରୁ ବେଦବ୍ୟାସ ଘାଟରେ ପୋତା ଯାଇଥିଲା ।
ଅଚିହ୍ନା ଯୁବକର ମର ଶରୀରକୁ କାନ୍ଧଦେଲେ ସାରନଗରୀ ଯୁବଗୋଷ୍ଠୀ
|
August 19, 2019 |
