ଯାଜପୁର, ୧୨/୧୧/୨୦ (ସନ୍ଧାନ ନିଉଜ) : ଯାଜପୁର ଜିଲ୍ଲାର ବ୍ରହ୍ମବରଦା ଅଞ୍ଚଳରେ ବାରମ୍ବାର ଲୁଟ୍ ହେଉଥିବା ବେଳେ ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ଅନ୍ତର୍ଗତ ବନ୍ଧଡିହ ପଂଚାୟତର ମହେଶ୍ୱର ସାହୁ କିଛି ଦିନ ତଳେ ଦୃବୁର୍ତ ମାନେ ମରଣାତ୍ମକ ଆକ୍ରମଣ କରିତାଙ୍କ ଗାଡ଼ି ଏବଂ ଟଙ୍କା ସୁନା ଲୁଟି ନେଇଥିଲେ । ଏନେଇ ଧର୍ମଶାଳା ପୋଲିସ ଏବଂ ବ୍ରହ୍ମବରଦା ପୋଲିସ ଉଦ୍ୟମରେ ଲୁଟୁଥିବା ଦୃବୁର୍ତ୍ତ ୧୧ ଜଣଙ୍କୁ ଗିରଫ କରିବା ସହିତ କୋର୍ଟ ଚାଲାଣ କରାଯାଇଥିଲେ । ଟଙ୍କା ସୁନା ଉଦ୍ଧାର କରାଯାଇଥିଲା । ଏଠାରେ ସୂଚନା ଯୋଗ୍ୟ ଯେ, ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଂଚାୟତ କୋଠିଡିହ ଗ୍ରାମର ଅଙ୍ଗନୱାଡ଼ି ଦିଦି ସସ୍ମିତା ଜେନା ବ୍ରହ୍ମବରଦା ଷ୍ଟେଟ୍ ବ୍ୟାଙ୍କରୁ ୪୮ ହଜାର ୫ଶହ ଟଙ୍କା ଉଠାଇ ସ୍କୁଟି ଡିକିରେ ରଖି ଘରକୁ ଫେରୁଥିବା ବାଟରେ ଔଷଧ ଦୋକାନରୁ ଔଷଧ କିଣିବାକୁ ଯାଇଥିବା ବେଳେ, ଦୃବୁର୍ତ୍ତମାନେ ଏହାର ସୁଯୋଗ ନେଇ ଏହି ଟଙ୍କାକୁ ତାଙ୍କ ସ୍କୁଟି ଡିକିରୁ ଲୁଟି ନେଇଛନ୍ତି । ଏନେଇ ଶ୍ରୀମତୀ ଜେନା ବ୍ରହ୍ମବରଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ବ୍ରହ୍ମବରଦା ଫାଣ୍ଡି ଅଧିକାରୀ ପରମାନନ୍ଦ ସେଠୀ ଘଟଣା ସ୍ଥଳରେ ପହଁଞ୍ଚô ତଦନ୍ତ କରୁଥିବା ବେଳେ, ଟଙ୍କା କିମ୍ବା ଲୁଟେରାର ସନ୍ଧାନ ମିଳିନଥିଲା । ରିପୋର୍ଟ ଲେଖା ହେବାବେଳକୁ ପୋଲିସ ଦୁଇଜଣ ଯୁବକକୁ ଧରି ଆଣି ପଚରା ଉଚରା କରୁଥିବା ଆମ ପ୍ରତିନିଧିଙ୍କୁ ଫାଣ୍ଡି ଅଧିକାରୀ ଶ୍ରୀ ସେଠୀ ସୂଚନା ଦେଇଥିଲେ ।
ଅଙ୍ଗନୱାଡ଼ି ଦିଦିଙ୍କ ସ୍କୁଟିରୁ ଦୃବୁର୍ତ ମାନେ ଟଙ୍କା ଲୁଟି ନେଲେ
|
November 12, 2020 |