ଭଦ୍ରକ, ୨୨/୭ (ସନ୍ଧାନ ନିୟୁଜ )-ମହିଳା ଓ ଶିଶୁ ବିକାଶ ବିଭାଗ ଏବଂ ନେସ୍କୋ କତୃପକ୍ଷଙ୍କ ଆରୋପ ପ୍ରତ୍ୟାରୋପ ଭିତରେ ଅଙ୍ଗନୱାଡ଼ି କେନ୍ଦ୍ରର ଦୁଇ ଛାତ୍ର ବିଦ୍ୟୁତ୍ କରେଂଟ ସଂଷ୍ପର୍ସରେ ଆସିବା ଯୋଗୁ ୮ ମାସ ଧରି କେନ୍ଦ୍ରରେ ତାଲା ଝୁଲୁଛି। ସହାୟିକାଙ୍କ ଘରେ ଯେନେ ତେନେ ପାଠ ପଢ଼ା ଚାଲୁଥିବା ବେଳେ ଘରୋଇ ସମସ୍ୟା ଯୋଗୁ ସ୍ଥାନ ଯୋଗାଇବା ସମ୍ଭବ ନହେବା କାରଣରୁ କେନ୍ଦ୍ରଟି ସଂପୂର୍ଣ୍ଣ ବନ୍ଧ ହେବାକୁ ବସିଥିବା ଜଣାଯାଇଅଛି। ଘଟଣାରୁ ପ୍ରକାଶଯେ ଫତେପୁର ପ୍ରାଇମେରି ସ୍କୁଲ ପରିସରରେ ଥିବା ଅଙ୍ଗନୱାଡ଼ି କେନ୍ଦ୍ର ସମ୍ମୁଖରେ ଏକ ବିଦ୍ୟୁତ୍ ଟ୍ରାନ୍ସଫରମର ଅତି ନିକଟରେ ରହିଛି। ଏହାକୁ ସ୍ଥାନାନ୍ତର କରିବା ପାଇଁ ତିନି ବର୍ଷ ହେଲା ନେସ୍କୋ ବିଭାଗକୁ ଗ୍ରାମ ବାସି ତଥା ଶିଶୁ ବିକାଶ ବିଭାଗ ତରଫରୁ ଜଣାଯାଇ ଆସୁଥିଲେ ମଧ୍ୟ ଟ୍ରାନ୍ସଫରମର ଥିଲା ବେଳେ ତାପାଖରେ କାହିଁକି କେନ୍ଦ୍ର ନିର୍ମାଣ କରାଗଲା ଓଲଟି ନେସ୍କୋ ଅଧିକାରୀ ପ୍ରଶ୍ନକରି କୁକୁଡ଼ା ଆଗ ନାଁ ଅଣ୍ଡା ଆଗ ଉପାଖ୍ୟାନ ଶୁଣାଇଥିବା ଗ୍ରାମ ବାସି ମତ ଦେଇଛନ୍ତି। ପଂଚାୟତର ସମିତି ସଭ୍ୟା ସବିତା ମହାପାତ୍ର ୧୫ ଦିନ ମଧ୍ୟରେ ଟ୍ରାନ୍ସଫରମର ସ୍ଥାନାନ୍ତର କରିବାକୁ କନିଷ୍ଠ ଯନ୍ତ୍ରୀଙ୍କୁ ଚରମବାଣି ଶୁଣାଇ କାର୍ଯ୍ୟାଳୟରେ ମାତୃମଙ୍ଗଳ କମିଟି ତାଲା ପକାଇବା ପାଇଁ କହିଛନ୍ତି। ଏନେଇ କନିଷ୍ଠ ଯନ୍ତ୍ରୀଙ୍କ ମତ ନେବାରୁ ସେ ଜୈନିକ ଠିକାଦାରଙ୍କୁ ଟ୍ରାନ୍ସଫରମର ସ୍ଥାନାନ୍ତର ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ ସେ ଏହାକୁ ଶୁଣୁନଥୁବାରୁ ଉଚ୍ଚ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବି ବୋଲି କହିଛନ୍ତି।
ଅଙ୍ଗନୱାଡ଼ି କେନ୍ଦ୍ର ନିକଟରେ ବିପଦପୂର୍ଣ୍ଣ ଟ୍ରାନ୍ସଫରମର
|
July 23, 2019 |