ଅଙ୍ଗନବାଡି ପିଲାଙ୍କ ସ୍ବେଟରରେ ଦୁର୍ନୀତି ଘଟଣା

Spread the love

ବାଲେଶ୍ୱର ,08.12.2020 (ଲିଙ୍ଗରାଜ ପଣ୍ଡା): ବାଲେଶ୍ବର ଜିଲ୍ଲା ନୀଳଗିରି ବ୍ଲକରେ ଅଙ୍ଗନବାଡ଼ି ପିଲାଙ୍କୁ ଯୋଗାଇ ଦିଆଯାଇଥିବା ସେଟର, ଜୋତା ଓ ମୋଜାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ରାଜ୍ୟ ମହିଳା ଓ ଶିଶୁବିକାଶ ମନ୍ତ୍ରୀଙ୍କୁ ବାଲେଶ୍ବର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଅବଗତ କରାଇବା ସହ ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଚିଠି ଲେଖିଥିଲେ। ଆଜି ବାଲେଶ୍ବର ଜିଲ୍ଲାପାଳ ଏବଂ ଜିଲ୍ଲା ସମାଜ ମଙ୍ଗଳ ଅଧିକାରିଣୀ ନୀଳଗିରି ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ବିଭାଗୀୟ ଅଧିକାରୀଙ୍କୁ ଡକାଇ ଏ ସମ୍ପର୍କରେ ପଚରାଉଚରା କରିଛନ୍ତି । ଏନେଇ ଆଗାମୀ ଏକ ସପ୍ତାହ ମଧ୍ୟରେ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସିଡିପିଓଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି । ସୂଚନାଥାଉକି, ଅଙ୍ଗନବାଡ଼ିରେ ପ୍ରାକ୍ ବିଦ୍ୟାଳୟ ଶିକ୍ଷାଲାଭ କରୁଥିବା ୩ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ଚଳିତବର୍ଷ ମାଳତୀଦେବୀ ପ୍ରାକ୍ ବିଦ୍ୟାଳୟ ପରିଧାନ ଯୋଜନାରେ ନୂଆ ଯୋତା, ମୋଜା ଓ ସ୍ବଟର୍ ଯୋଗାଇ ଦେବାକୁ ରାଜ୍ୟ ସରକାର ଘୋଷଣା କରିଛନ୍ତି । କରୋନା ମହାମାରୀ ସମୟରେ ଲୋକଙ୍କ ଜୀବିକା ଉପରେ । ଆସିଥିବା ସଙ୍କଟର ମୁକାବିଲା ନିମନ୍ତେ ଗ୍ରାମାଞ୍ଚଳରେ ଥିବା ମହିଳାଗୋଷ୍ଠୀଙ୍କୁ ସ୍ନେଟର ତିଆରି ସହିତ ଏହାର ବିତରଣ ଦାୟିତ୍ବ ଦିଆଯିବାକୁ ନିଷ୍ପତ୍ତି ହୋଇଥିଲା । ଏହି କ୍ରମରେ ଗତ ନଭେମ୍ବର ୧୩ ତାରିଖରେ ନୀଳଗିରି ସିଡ଼ିପିଓଙ୍କ କାର୍ଯ୍ୟାଳୟରୁ ଏକ ବିଜ୍ଞପ୍ତି ଜାରି କରାଯାଇ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକୁ ୱେଟର୍ ଯୋଗାଣ ନିମନ୍ତେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀମାନଙ୍କୁ କିଛି ନିର୍ଦ୍ଦିଷ୍ଟ ନିୟମାବଳୀ ପାଳନ କରିବାକୁ କୁହାଯାଇଥିଲା। ଏଥିପାଇଁ ଆବେଦନ କରି କିଛି ମହିଳା ସ୍ଵୟଂସହାୟକ ଗୋଷ୍ଠୀ ଋଣ ନେଇ ୱେଟର୍ ପ୍ରସ୍ତୁତ କରିବା ପରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯୋଗାଇଥିଲେ । କିନ୍ତୁ ଉକ୍ତ ସ୍କେଟଗୁଡ଼ିକୁ ଅଙ୍ଗନବାଡ଼ିରେ ଗ୍ରହଣ କରାଗଲାନାହିଁ। କୁହାଗଲା ସରକାରୀ ନିର୍ଦ୍ଦେଶାବଳୀ ଅନୁସାରେ, ଏହି ସ୍ନେଟରଗୁଡ଼ିକ ପ୍ରସ୍ତୁତ ହୋଇନାହିଁ। ୱେଟର୍ ଗ୍ରହଣ ନକରିବାକୁ ସିଡିପିଓ । ମନା କରିଛନ୍ତି ବୋଲି ଅଙ୍ଗନବାଡ଼ି କର୍ମୀମାନେ କହିଥିଲେ  ସେପଟେ ଏହି ଯୋଜନାରେ ପ୍ରତି ପିଲାଙ୍କ ପାଇଁ ସେଟରୁ ପିଛା ୧୫୦ ଟଙ୍କା, ବୁଟ ଓ ମୋଜା ପିଛା ୧୦ ଟଙ୍କା  ଆସିଥିବା ବେଳେ ଅଙ୍ଗନବାଡ଼ି କର୍ମୀ ସେଗୁଡ଼ିକୁ କିଣି । ପିଲାମାନଙ୍କୁ ଯୋଗାଇ ଦେବାକୁ ସିଡିପିଓ ସାନି ବିଜ୍ଞପ୍ତି ଜାରି କରିବା ପରେ ଅଙ୍ଗନବାଡ଼ି କର୍ମୀ ମଧ୍ୟ ତାହା କରିଥିଲେ। ମାତ୍ର ସେଗୁଡ଼ିକ ଅତ୍ୟନ୍ତ ନିମ୍ନମାନର ବୋଲି ଅଭିଭାବକ ଓ ସ୍ଵୟଂ ସହାୟକ ଗୋଷ୍ଠୀଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏ ସମ୍ପର୍କରେ ଅଭିଭାବକମାନେ ଏକାଠି ହୋଇ ନୀଳଗିରି ସିଡିପିଓ ଓ  ଉପଜିଲ୍ଲାପାଳଙ୍କୁ ଭେଟି ପିଲାଙ୍କୁ ଦିଆଯାଇଥିବା ସେଟର, ଯୋତା ଓ ମୋଜାରେ ସିଡ଼ିପିଓ, ଅଙ୍ଗନବାଡ଼ି କର୍ମୀ ଓ ଦଲାଲମାନଙ୍କ ମଧ୍ୟରେ ଭିତିରି ବୁଝାମଣା ହୋଇଥିବା ଲିଖିତ ଅଭିଯୋଗ କରିଥିଲେ। । ଏହି ପ୍ରସଙ୍ଗରେ କିଛି ସ୍ୱୟଂସହାୟକ ଗୋଷ୍ଠୀର କର୍ମକର୍ତ୍ତା । କେନ୍ଦ୍ରମନ୍ତ୍ରୀ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀଙ୍କୁ ଜଣାଇବା ପରେ । ସେ ଏହାର ତଦନ୍ତ ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀଙ୍କୁ ଗତ ୫ ତାରିଖରେ ଚିଠି ଲେଖିଥିଲେ ବିଶେଷ । କରି କରୋନା ସମୟରେ ମହିଳାଗୋଷ୍ଠୀମାନେ ଆର୍ଥିକ ଅସୁବିଧାର ସମ୍ମୁଖୀନ ହେଉଥିବା ବେଳେ ସେମାନଙ୍କୁ ଜୀବିକା ଦେବା ପାଇଁ ଏହି ଯୋଜନା ହୋଇଥିଲା ଯେଉଁଥିପାଇଁ ସେମାନେ ଋଣ ନେଇ ସେଥିରେ  ଅଙ୍ଗନାବାଡ଼ି କେନ୍ଦ୍ରଗୁଡ଼ିକୁ ସ୍ନେଟର ଯୋଗାଇ ଦେଇଥିଲେ। ଏବେ ସେମାନଙ୍କଠାରୁ ୱେଟର୍ ଗ୍ରହଣ କରିବାକୁ ସିଡ଼ିପିଓ ମନା କରିବା ପରେ ସମ୍ପୃକ୍ତ ଏସ୍ ଏଜି ମହିଳାମାନେ ଋଣ ଶୁଝିବାରେ ଅସମର୍ଥ ହୋଇପଡ଼ିଛନ୍ତି । ତେଣୁ ସିଡ଼ିପିଓ ଏପରି ଅଙ୍ଗନବାଡ଼ି କର୍ମୀଙ୍କ ଦ୍ଵାରା ୱେଟରଗୁଡ଼ିକ ଅନ୍ୟ ମାଧ୍ୟମରେ କିଣା କରାଇବା ପଛରେ ନିଶ୍ଚିତ ତାଙ୍କ ମନ୍ଦ ଉଦ୍ଦେଶ୍ୟକୁ ସୂଚାଉଥିବା କେନ୍ଦ୍ରମନ୍ତ୍ରୀ ଅଭିଯୋଗ କରି ସେଥିରେ ତୁରନ୍ତ ନିରପେକ୍ଷ ତଦନ୍ତ କରିବାକୁ ବିଭାଗୀୟ ମନ୍ତ୍ରୀଙ୍କ ଚିଠି ଲେଖି ଜଣାଇଥିଲେ । ଏହାପରେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଶ୍ରୀମତୀ ସାହୁ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଥିଲେ, ପିଲାମାନଙ୍କୁ ସ୍ନେଟର, ବୁଟ ଓ ମୋଜା ଯୋଗାଇଦେବାକୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଆବଶ୍ୟକ ଅର୍ଥ ଯାଇଥିଲା। ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅଭିଯୋଗ ଅନୁଯାୟୀ ତଦନ୍ତ କରିବାକୁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯିବ ବୋଲି ସେ କହିଥିଲେ ।

 

Related Posts

About The Author

Add Comment