ରାଇରଙ୍ଗପୁର, ୮/୧୦/୨୦୨୦ (ସନ୍ଧାନ ନ୍ୟୁଜ୍/ପରେଶ୍ଚନ୍ଦ୍ର ଷଡଙ୍ଗୀ) ମୟୂରଭଞ୍ଜ ଜିଲ୍ଲା ର ରାଇରଙ୍ଗପୁର ପୈ|ରାଞ୍ଚଳ ଅନ୍ତର୍ଗତ ବାଇଦା ପୋଷୀ ଗ୍ରାମ ୨ନମ୍ବର ୱ|ର୍ଡ ର ଅଙ୍ଗନବାଡ଼ି ସହକର୍ମୀ ବାସନ୍ତି ମାଝୀ ବିନା ସୁଚନା ରେ ବାରମ୍ବାର ଅନୁପସ୍ଥିତ, ଅନିୟମିତ ଘରେ ଥିବାରୁ ଗ୍ରାମର ପୁରୁଷ ଓ ମହିଳା ନା ନା ସରକାରୀ ଯୋଜନା ରୁ ବଞ୍ଚିତ ହେବାସହ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।ଏହାକୁ ନେଇ ୦୬-୦୬-୨୦୨୦ରେ ଗ୍ରାମର ପୁରୁଷ ଓ ମହିଳା ମାନେ ସିଡିପିଅ ଙ୍କ ପାଖରେ ଲିଖିତ ଅଭିଯୋଗ କରିଥିଲେ ।ହେଲେ ସିଡିପିଅ ଆଜିଯାଏଁ ମୁଣ୍ଡ କାନ ହଲାଉ ନାହାନ୍ତି । ଅକ୍ଟୋବର ପହିଲାରେ କାହାକୁ କିଛି ନକହି ପୁନର୍ବାର ସେ ଆସି ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରୁଛନ୍ତି ।ଏହାକୁ ନେଇ ଗ୍ରାମ ବାସୀ ଦ୍ବାରା ଏକ ବୈଠକ ଡକାଯାଇଥିଲା ।ସମସ୍ତ ଙ୍କର ମତଥିଲା ତୁରନ୍ତ ବହିଷ୍କାର କିମ୍ବା ବଦଳି କରାଯାଉ ।ସେହି ମତକୁ ନେଇ ଗ୍ରାମ ର ସତାଦ୍ଧୀକ ମହିଳା ମାନେ ବୁଧବାର ଦିନ ରାଇରଙ୍ଗପୁର ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ତାଙ୍କ ର ବଦଳି ନିମନ୍ତେ ଏକ ଲିଖିତ ଅଭିଯୋଗ କରିଥିଲେ । ଅଙ୍ଗନବାଡ଼ି କର୍ମୀ ମେଟେରିନିଟି ଛୁଟି ରେ ଥିବା ରୁ ଅନ୍ୟ ଏକ ଅଙ୍ଗନବାଡି କର୍ମୀ ଏହାର ଦାୟିତ୍ଵରେ ଅଛନ୍ତି ପୁଣି ବାସନ୍ତି ମାଝୀ ପୁନର୍ବାର ପହିଲାରୁ ଆସି ଅଙ୍ଗନବାଡ଼ି କେନ୍ଦ୍ରରେ ଜବର ଜସ୍ତ ଆସି କାର୍ଯ୍ୟ କରୁଛନ୍ତି । ସେଥିପାଇଁ ଗ୍ରାମ ବାସୀ ଏକ ବୈଠକ ରେ ବାସନ୍ତି ମାଝୀ ଙ୍କୁ ତୁରନ୍ତ ବଦଳି କିମ୍ବା ବହିଷ୍କାର ପାଇଁ ସିଦ୍ଧାନ୍ତ ନିଆ ଯାଇଥିଲା ସେଇ ଅନୁସାରେ ବୁଧବାର ଦିନ ବାଇଦା ପୋଷୀ ଗ୍ରାମ ର ମହିଳା ମାନେ ରାଇରଙ୍ଗପୁର ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ଙ୍କ ପାଖରେ ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଏକ ଲିଖିତ ଦାବି ପତ୍ର ପ୍ରଦାନ କରିଛନ୍ତି ।
ଅଙ୍ଗନବାଡ଼ି ସହାୟିକାଙ୍କ ବଦଳି ଦାବିରେ ଉପଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ମହିଳା
|
October 8, 2020 |