ଅଘୋଷିତ ବିଦ୍ୟୁତ କାଟ ଓ ଦେୟବୃଦ୍ଧି ପ୍ରତିବାଦରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଓ ଧାରଣା ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ୫ ଦଫା ସମ୍ବଳିତ ଦାବିପତ୍ର

Spread the love

ଯାଜପୁର:୨୭/୬(ସନ୍ଧାନ ନିଉଜ): ପ୍ରଦେଶ କଂଗ୍ରେସ କମିଟିର ସଭାପତି ଶରତ ପଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଜି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୫ ଦଫା ଦାବିକୁ ନେଇ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଜିଲ୍ଲା କଂଗ୍ରେସ କମିଟିର ସଭାପତି ମନୋଜ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଜିଲ୍ଲାର ବରିଷ୍ଠ ନେତୃ ମଣ୍ଡଳୀମାନେ ଯୋଗ ଦେଇ ଓଡ଼ିଶା ସରକାର ବିଦ୍ୟୁତ ବିଭାଗକୁ ଘରୋଇ କମ୍ପାନୀକୁ ଟେକି ଦେବା ଫଳରେ ଜନସାଧାରଣଙ୍କ ଉପରେ ଅହେତୁକ ବିଦ୍ୟୁତ ଦର ଓ ପ୍ରତ୍ୟେକ ଦିନ ୭/୮ ଥର ଅଘୋଷିତ ବିଦ୍ୟୁତ କାଟକୁ ନେଇ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଥିଲେ । ଜିଲ୍ଲାରେ ୭୦ ଭାଗ କୃଷକ ପରିବାର ଦିନକୁ ସ୍ୱଳ୍ପ ଆୟରେ ନିଜର ଗୁଜରାଣ  ଥିବା ବେଳେ ରାଜ୍ୟରେ ବିଦ୍ୟୁତ ବିତରକ କମ୍ପାନୀ ମାନେ ବିଦ୍ୟୁତ ବିଲିଂକୁ ପରିବର୍ତ୍ତନ କରି ପ୍ରତି ଗ୍ରାହକ ପିଛା ୫୦ ଟଙ୍କାରୁ ୧୫୦ ଟଙ୍କା ପର୍ଯ୍ୟନ୍ତ ଲୁଟ କରୁଛନ୍ତି ବୋଲି ଅଭିଯୋଗ କରିବା ସହ ବିଦ୍ୟୁତ କାଟ ତୁରନ୍ତ ବନ୍ଦ କରାଯାଉ ଏବଂ ଗ୍ରାହକଙ୍କୁ ଅନବରତ ଗୁଣାତ୍ମକ ବିଦ୍ୟୁତ ଯୋଗାଇବା ଓ ବିଦ୍ୟୁତ ଦେୟ ପ୍ରତିମାସରେ ଏକ ନିର୍ଦ୍ଧିଷ୍ଟ ତାରିଖରେ ଆଦାୟ କରାଯାଉ ବୋଲି ଉପସ୍ଥିତି ନେତୃବୃନ୍ଦ ଦାବି କରିଥିଲେ । ବକେୟା ବିଦ୍ୟୁତ ଶୁକ୍ଳ ଆଦୟ ସମୟରେ ଗ୍ରାହକମାନଙ୍କଠାରୁ ସୁଧ ସହ ବିଦ୍ୟୁତ ଶୁକ୍ଳ ଜୁଲମ କରିବା ବନ୍ଦ କରାଯିବା ସହ ବିଦ୍ୟୁତ ଭିତ୍ତିଭୂମି ପାଇଁ ଖର୍ଚ୍ଚ କରାଯାଇଥିବା ୧୫ ହଜାର କୋଟି ଟଙ୍କାର ଶ୍ୱେତପତ୍ର ସରକାର ତୁରନ୍ତ ପ୍ରକାଶ କରନ୍ତୁ ବୋଲି ବରିଷ୍ଠ ନେତୃ ମଣ୍ଡଳୀମାନେ ଦାବି ରଖିଥିଲେ । ଯାହାକି ଏହି ସବୁ ଦାବି ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ଅଧ୍ୟକ୍ଷ ଗ୍ରୀଡ଼କୋ ଏବଂ ଶକ୍ତି ବିଭାଗ ଉଦ୍ଦେଶ୍ୟରେ ୫ ଦଫା ସମ୍ମିଳିତ ଏକ ଦାବିପତ୍ର ବିଦ୍ୟୁତ ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ଯଦି ଦାବିପୂରଣରେ ଟାଳଟୁଳ ନିତି ଅବଲମ୍ବନ କରାଯାଏ ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାର ପ୍ରତ୍ୟକ ବ୍ଳକରେ ଆନ୍ଦେଳନ କରାଯିବ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ରାଉତ ଚେତାବନୀ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ପୂବର୍ତନ ରାଜ୍ୟ ସଭା ସାଂସଦ ରାମଚନ୍ଦ୍ର ,ପର୍ଯ୍ୟବେକ୍ଷକ ଭାବେ ଜ୍ଞାନରଂଜନ ପଟ୍ଟନାୟକ ଓ ପ୍ରତିମା ମଲିକ,ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ବନ୍ଦିତା‌ ପରିଡା,ରାଜ୍ୟ କଂଗ୍ରେସର ମୁଖ୍ୟପାତ୍ର ଅପର୍ଣ୍ଣାଧୀର ସିଂ,ସନ୍ତୋଷ ନନ୍ଦ,ଦିଗମ୍ବର କର,ବି‌ଷ୍ଣୁ ରାଉତ, ଅଚଂଳ ଦାସ, ରୀତାଶ୍ରୀ ମହାନ୍ତି,ଗଦାଧର ଦାସ,ଆରତୀ ଦେଓ,କନକଲତା ମଲିକ, ଭାସ୍କର ମହାନ୍ତି,ବିଭୂତି ମହାପାତ୍ର,ଦୁ‌‌ର୍ଯୋଧନ ବେହେରା,ବଳଭଦ୍ର ଦାସ, ରାଇଚରଣ ମହାନ୍ତି, ରଣଜିତ ରାଜ, ଜନ୍ମେଜୟ ବଳ ସାମନ୍ତ,ସଂଜୀବ ସାମଲ,ପ୍ରତିମା କର,ପ୍ରଶାନ୍ତ ସାହୁ,ଦିଲିପ ଦାସ, ରାଜୀବ ମହାପାତ୍ର, ଶିଶିର ନାୟକ, ଅରଜିତ ନାୟକ,ବିଳାସ ରାଉତରାୟ,ସଂଗ୍ରାମ ଜେନା,ସଂଗ୍ରାମ ସାହାଣୀ, ସୁଦିପ କର, ରବି ନାରାୟଣ ମହାପାତ୍ର, ଦେବେନ୍ଦ୍ର ପଣ୍ଡା,ଶ୍ୟାମ ସୁନ୍ଦର କର, ଚନ୍ଦ୍ର ଶେଖର ସାହୁ, ମହେଶ୍ୱର ଦାସ,ମାନସ କର,କିଷାନ ପଣ୍ଡା, ପ୍ର‌ବୋଧ ଦାସ, ଅନନ୍ତ ଜେନା, ବିଦ୍ୟାଧର ମଲିକ, କଳ୍ପନା ପଣ୍ଡା, ସନ୍ତୋଷ ବେହେରା, ଗୟାଧର ପଣ୍ଡା,ଅକ୍ଷୟ ଶତପଥୀ,ଅନିଲ ମହାନ୍ତି, ମିହିର , ବିଦ୍ୟାଧର ବାରିକ, ରଘୁନାଥ ସାହୁ, ପ୍ରକାଶ ଦେଓ,ରମେଶ ପତି, ଗଣେଷ ଦାଶ, କାଲୁ ରାଉତ, ବିଦ୍ୟାଧର ମହାନ୍ତି,ପୂର୍ଣ୍ଣ ଜେନା, ରବି ନାରାୟଣ ସ୍ୱାଇଁ, ଅଖିଳେଶ୍ୱର ଦଲାଇ, ହୃଷିକେଶ ପତି, ସ୍ୱର୍ଣ୍ଣଲତା ବାନାରା, ଜାନକୀ ମଲିକ, ଅନିଲ ଜେନା, ଅକ୍ଷୟ ଜେନା, ଅମରେଶ ଜେନା ପ୍ରମୁଖଙ୍କ ସହ ଶତାଧିକ କଂଗ୍ରେସ ନେତୃମଣ୍ଡଳୀ ସାମିଲ ହୋଇଥିଲେ ।

Related Posts

About The Author

Add Comment