ଅଗ୍ରଣୀ ସେଛ୍ୱ।ସେବୀ ଅନୁଷ୍ଠାନ ଉଦୀୟମାନ ଆନୁକୂଲ୍ୟରେ ଵିଶ୍ଵ ଏଡ଼ସ ଦିବସ ଓ ସଚେତନତା ସୋଭାଯାତ୍ରା ଏବଂ ବିଶାଳ ଗଣଦୈଡ଼

Spread the love

ଯାଜପୁର, ୦୧/୧୨ (ସନ୍ଧାନ ନିଉଜ/ମାନସ ରାଉତ) : ଯାଜପୁର ଜିଲ୍ଲାର ଅଗ୍ରଣୀ ସେଛ୍ୱ।ସେବୀ ଅନୁଷ୍ଠାନ ଉଦୀୟମାନ ଆନୁକୂଲ୍ୟରେ ପ୍ରତି ବର୍ଷ ପରି ଚଳିତ ବର୍ଷ ଵିଶ୍ଵ ଏଡ଼ସ ଦିବସ ଓ ସଚେତନତା ସୋଭାଯାତ୍ରା ଏବଂ ବିଶାଳ ଗଣଦୈଡ଼ ଆଜି ଚଣ୍ଡିଖୋଲ ଠାରେ କରାଯାଇଥିଲା । ଏହିକାର୍ଯୀକ୍ରମକୁ ବଡ଼ଚଣା ଥାନା ଅଧିକାରୀ ଦିପକ କୁମାର ଯେନା ରେଡ଼ ରିବନ ଦେଖାଇ ଉଦଘାଟନ କରିବା ପରେ ସାମାଜିକ କର୍ମୀ ମାନେ ଏଡ଼ସ ହଟାଅ ଜୀବନ ବଞାଅ ନାରା ମାନ ଦେଇ ସୋଭାଯାତ୍ରା ଓ ଗଣଦୈଡ଼ରେ ବାହାରି ବଜାର ପରିକ୍ରମାକରି ଭଗବାନ ବୁଦ୍ଧଙ୍କ ନିକଟରେ ପହଞ୍ଚି ଥିଲେ ଏବଂ ସେଠାରେ ଶିକ୍ଷାବିତ କାହ୍ନୁ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଏକ ସଭାର ଆୟୋଜନ କରାଯାଇ ଥିଲା । ଉକ୍ତ ସଭାରେ ଅତିଥି ଭାବରେ ଅଗ୍ନି ଶ୍ରମ ଅଧିକାରୀ ସୁଧାକର ସାହୁ , ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଶୁଶିଲ କୁମାର ନାୟକ , ସମାଜସେବୀ ପ୍ରଶନ୍ନ କୁମାର ଜେନା , କ୍ୟାପଟେନ୍ ଦିଲ୍ଲୀପ କୁମାର ନାୟକ , ଅଧ୍ୟାପକ ଶଲିଳ ରାଜନନ୍ଦନ ମହାନ୍ତି , ସାମ୍ବାଦିକ ପ୍ରଶାନ୍ତ କୁମାର ଜେନା ,ପ୍ରମୁଖ ଏଡ଼ସ ସଂପର୍କରେ ସଚେତନତା ବାର୍ତ୍ତା ପ୍ରଦାନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଉଦୀୟମାନର ସଭାପତି ଅବିନାଶ ଜେନା ଉପସଭାପତି ପ୍ରକାଶ କୁମାର ନାୟକ ସହସଂପାଦକ କାର୍ତ୍ତିକ ଚନ୍ଦ୍ର ଜେନା , ମଦନ ମୋହନ ପରମାଣିକ , ଚନ୍ଦନ କୁମାର ପଣ୍ଡା , ଡ଼ କୈବଲ୍ୟ ମହାପାତ୍ର , ସୁଶାନ୍ତ କୁମାର ଜେନା , ଉଲ୍ଲାସ କୁମାର ସାହୁ , ବନମାଳୀ ସେନାପତି ଆଦି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଭରଷା ଫାଉଣ୍ଡେସନ ଭୁବନେଶ୍ୱରର ସଭାପତି ଅମରେନ୍ଦ୍ର ମହାପାତ୍ର , ରିନା ରାଣୀ ନାୟକ , ମହାବାହୁ ଗ୍ରୃପ ଓଡ଼ିଶାର ମୁଖ୍ୟ ଶିବ ପ୍ରସାଦ ସାମଲ , ସଭାପତି ନାରାୟଣ ଚନ୍ଦ୍ର ସାହୁ ଏବଂ ବାବା ଭୈରବାନନ୍ଦ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନା ଓ ସମର୍ ଶିକ୍ଷାର୍ଥୀ ବାହିନୀ , ଆଇଆଇଟି ଆର ଧାନମଣ୍ଡଳର ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ସମ୍ମାନିତ କରାଯାଇଥିଲା । ସର୍ବଶେଷରେ ଅନୁଷ୍ଠାନର ସଂପାଦକ ଅନିଲ କୁମାର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related Posts

About The Author

Add Comment