ଅଗ୍ନି କାଣ୍ଡ ଘଟି ଚାରି ବଖରା ଭସ୍ମୀଭୂତ

Spread the love
ଚାନ୍ଦବାଲି-(ସନ୍ଧାନ ନ୍ୟୁଜ୍ପ୍ର/ଶାନ୍ତ ବାରିକ୍) ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ନାନ୍ଦପୁର ଗାଁ ରେ କାଲି ସନ୍ଧ୍ୟାରେ କୌଣସି କାରଣ ରୁ ଅଗ୍ନି କାଣ୍ଡ ଘଟି ଚାରି ବଖରା ଘର ସଂପୂର୍ଣ୍ଣ ପୋଡି ପାଉଁଶ ହୋଇଯାଇଛି। ସୂଚନା ଅନୁଯାୟୀ ନାନ୍ଦପୂର୍ ଗ୍ରାମ ର ବାସୁଦେବ ଦାସ ପିତା ଗୋବର୍ଦ୍ଧନ ଦାସ ଙ୍କ ଘରେ କାଲି ସନ୍ଧ୍ୟା ସମୟରେ କୌଣସି କାରଣରୁ ନିଆଁ ଲାଗି ଯାଇଥିଲା। ଏଥିରେ ବହୁ ଧନ ସମ୍ପତି ନଷ୍ଟ ହେବା ସଙ୍ଗେ ସଙ୍ଗେ ବିଭିନ୍ନ କାଗଜ ପତ୍ର ମଧ୍ୟ ପୋଡ଼ି ଜଳି ପାଉଁଶ ହୋଇ ଯାଇଛି। ବାସୁଦେବ ଦାସ ଙ୍କ ର ଘର ରାସ୍ତା ପାର୍ଶ୍ଵରେ ହୋଇଥିବାରୁ ହଠାତ୍ କୌଣସି ଲୋକ ଶୀଘ୍ର ଖବର ପାଇ ପାରିନଥିବାରୁ ନିଆଁ କୁ ଆୟତ କରିବା ଅସମ୍ଭବ  ହୋଇପଡ଼ିଥିଲା। ବହୁ ସମୟ ଜଳିବା ପରେ ଉକ୍ତ ଗ୍ରାମ ଏବଂ ଆଖ ପାଖ ଗ୍ରାମ ର ବାସିନ୍ଦା ମାନେ ପାଣି ପକାଇ ନିଆଁ କୁ ଆୟତ୍ତ କରିବା ପୂର୍ବରୁ ସମସ୍ତ ଆସବାବପତ୍ର ଜଳି ଯାଇଥିଲା। ବହୁ ବିଳମ୍ବ ରେ ହେଲେ ମଧ୍ୟ ଧାମନଗର ଅଗ୍ନିଶମ ବିଭାଗ ଖବର ପାଇ ଉକ୍ତ ସ୍ଥାନରେ ପହଂଚି ନିଆଁ କୁ ସଂପୂଣ୍ଣ ଭାବେ ଲିଭାଇ ଥିଲେ। ପରିବାର ଲୋକ କହିବା ଅନୁଯାୟୀ ପ୍ରାୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ର ଆସବାବପତ୍ର ନଷ୍ଟ ହୋଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଅସ୍ପଟ ଥିବାବେଳେ ବିଦ୍ୟୁତ୍ ସଂଯୋଗ ରେ ନିଆଁ ଲାଗିଥିବା ସନ୍ଦେହ କରାଯାଉଛି। ପ୍ରଥମେ ନିଆଁ ଗୋରୁ ଗୁହାଳ ରୁ ଲାଗିଥିବା ବେଳେ ଭାଗ୍ୟବଶତ ଗୋରୁଙ୍କର କୌଣସି ପ୍ରକାର ଅଘଟଣ ଘଟି ନଥିବା ପରିବାର ତରଫରୁ ସୂଚନା ମିଳିଛି।

Related Posts

About The Author

Add Comment