ସୁନ୍ଦରଗଡ :ତା ୧/୮/୨୦୨୫(ସନ୍ଧାନ ନ୍ୟୁଜ/ ରାଜୁ ପଟେଲ) ଗତ ବୁଧବାର ଦିନ ବାମଡା ଅଞ୍ଚଳ ର ତିନି ଯୁବକ ବାଲିସଂକରା ବ୍ଲକ ର ଘୋଘର ବୁଲିବାକୁ ଆସିଥିବା ବେଳେ, ଗାଧୋଉଥିବା ସମୟରେ ଦୁଇ ଯୁବକ ନଦୀର ଖର ସ୍ରୋତରେ ନିଖୋଜ ହୋଇଥିବା ସୂଚନା ରହିଥିଲା । ତଳସରା ଥାନା ସହିତ ଅଗ୍ନିଶମ ବିଭାଗକୁ ସୂଚନା ଦେବାପରେ ଯୁବକ ଙ୍କୁ ଉଦ୍ଧାର କରିବାପାଇଁ କାର୍ଯ୍ୟ ଆରମ୍ଭ ହୋଇଥିଲା ହେଲେ ତାହା ରାତ୍ରି ଆଠଟା ପର୍ଯ୍ୟନ୍ତ କିଛି ଫଳ ମିଳି ନ ଥିବା ସୂଚନା ମିଳିଥିଲା।ତାପରେ ଅନ୍ୟ ଦିନ ମଧ୍ୟ ସବଡେଗା ଅଗ୍ନିଶମ ବିଭାଗ ସହିତ ବାଲିଶଙ୍କରା ଅଗ୍ନିଶମ ବିଭାଗ ମିଶି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା ମାତ୍ର ତାହା କିଛି ଫଳପ୍ରଦ ହୋଇ ପାରି ନ ଥିଲା ।ହେଲେ ଆଜି ଉଭୟ ବ୍ଲକ ର ଅଗ୍ନିଶମ ବିଭାଗର ଅକ୍ଲାନ୍ତ ପରିଶ୍ରମ ପରେ ସକାଳ ସମୟରେ ମୟାବାହାଲ ନିକଟରେ ରୋଶନ ପାସୱାନ ନାମକ ଯୁବକର ମୃତଦେହ ଉଦ୍ଧାର କରାଯାଇ ତଳସରା ଥାନା ଅଧିକାରୀଙ୍କୁ ଏ ବିଷୟରେ ଅବଗତ କରାଯାଇ ଥିବା ଜଣା ପଡିଛି । ଆଉ ଜଣେ ଯୁବକଙ୍କ ସନ୍ଧାନ ମିଳି ନ ଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ଅଗ୍ନିଶମ ବିଭାଗ ପକ୍ଷରୁ ସୂଚନା ରହିଛି । ।



