କଟକ : କଟକ ସଦର ଵୟାଳିଶମୌଜା ବେଣ୍ଟକାର ପଞ୍ଚାୟତ ଧୂଳିଶ୍ବର ଗ୍ରାମର ମୁରଲୀଧର ଭୋଇଙ୍କର ଘର ପୋଡି ସହ ନିଜେ ମୁରଲୀଙ୍କ ଶରୀରର ଅନେକ ଅଂଶ ପୋଡିଯିବା ଖବର ପାଇ ୪୨ ମୌଜା ବିକାଶ ପରିଷଦର କର୍ମକର୍ତ୍ତା ବର୍ଗ ତାଙ୍କୁ ଭେଟିଛନ୍ତି । ମୂରଲୀଙ୍କ କେହି ନିଜଲୋକ ନଥିବାରୁ ଘର ପାଖ ଗଛ ଛାଇରେ ସେ ପଡି ରହିଛନ୍ତି ।ପରିଷଦର ସଭାପତି ଆଡଭୋକେଟ କେଶବ ଚନ୍ଦ୍ର କରଙ୍କ ପରାମର୍ଶ କ୍ରମେ ସମ୍ପାଦକ ସନ୍ତୋଷ କୁମାର ପତି,ସଂଯୋଜକ ନିକୁଞ୍ଜ ସ୍ୱାଇଁ,କୋଷଧକ ଭଜକୃଷ୍ଣ ଲେଙ୍କା, ଉପଦେଷ୍ଟା ଅଶୋକ କୁମାର ମହାନ୍ତି ପ୍ରମୁଖ ପହଂଚି ଚୁଡା,ଚିନି,ଚାହା,ଅମୂଲ୍, ବିସ୍କୁଟ,କଦଳି,ଲୁଗା,ଗାମୁଛା ଓ ଏକ ହଜ଼ାର ଟଙ୍କା ପ୍ରଦାନ କରିଛନ୍ତି । ତୁରନ୍ତ ସରକାରୀ ସହାୟତା ଯୋଗାଇବାକୁ ବିକାଶ ପରିଷଦ ପକ୍ଷରୁ ସରକାରଙ୍କୁ ଅନୁରୋଧ କରାଯାଇଛି ।
ଅଗ୍ନିବିପନ୍ନଙ୍କୁ ଵୟାଳିଶମୌଜା ବିକାଶ ପରିଷଦ ପକ୍ଷରୁ ସହାୟତା ପ୍ରଦାନ
|
March 6, 2023 |
![](https://sandhannews.com/wp-content/uploads/2023/03/WhatsApp-Image-2023-03-06-at-15.24.39.jpeg)