ଅଗ୍ନିକାଣ୍ଡରେ ୭ ଲକ୍ଷ ଟଙ୍କାର ଆଖୁ ପୋଡ଼ି ପାଉଁଶ

Spread the love

ଯାଜପୁର ସଦର,୦୨ା୧୨ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ଅନ୍ତର୍ଗତ ବଡ଼ବାଲିକୁଦା ପଂଚାୟତ ଜନକ ଗ୍ରାମର ବିରଞ୍ଚô ନାରାୟଣ କୋଦମା ସିଂ ମହାପାତ୍ର ୭ ଏକର ଜମିରେ ଆଖୁ ଚାଷ କରିଥିବା ବେଳେ, କୌଣସି ଅଜଣା ବ୍ୟକ୍ତି ଆଜି ସକାଳ ସମୟରେ ନିଆଁ ଲଗାଇ ଦେବାରୁ ୭ ଏକର ଜମିରେ କରାଯାଇଥିବା ଆଖୁ ଫସଲ ପୋଡ଼ି ପାଉଁଶ ହୋଇଯାଇଚି । ଘଟଣାରୁ ପ୍ରକାଶ ଯେ, ଏହି ଆଖୁର ଆନୁମାନିକ ମୂଲ୍ୟ ୭ ଲକ୍ଷ ଟଙ୍କା । ଏଠାରେ ସୂଚନା ଯୋଗ୍ୟ ଯେ, ଆଜି ଦିନ ୧୦ ଘଟିକା ସମୟରେ ଶ୍ରୀ ମହାପାତ୍ର ଆଖୁ କିଆରୀକୁ ଯାଇଥିବା ବେଳେ, ଆଖୁ କିଆରୀରେ ନିଅାଁ ଜଳୁଥିବାର ଦେଖିଥିଲେ । ଘଟଣା ସ୍ଥଳରେ ଲୋକମାନେ ରୁଣ୍ଡହେବା ସହିତ ଚଣ୍ଡିଖୋଲ ଦମକଳ ବାହିନୀକୁ ଫୋନ୍ କରିଥିଲେ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଞ୍ଚôବା ବେଳକୁ ଆଖୁ ପୋଡ଼ି ପାଉଁଶ ହୋଇଯାଇଥିଲା । ଶ୍ରୀ ମହାପାତ୍ର ଶକ୍ତିସୁଗାର ମାଧ୍ୟମରେ ବ୍ରହ୍ମବରଦା ଷ୍ଟେଟ୍ ବ୍ୟାଙ୍କରୁ ଲୋନ୍ ଆଣି ଆଖୁ ଚାଷ କରିଥିଲେ ବୋଲି ଆମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ । ଏହି ଅସହାୟ ଚାଷକୁ ସରକାରୀ ସହାୟତା ଯୋଗାଇଦେବାପାଇଁ ସରକାରଙ୍କ ନିକଟରେ ଦାବି କରାଯାଉଚି ।

Related Posts

About The Author

Add Comment