ବାରିପଦା ୦୫/୦୮/୨୦୨୦ (ସନ୍ଧାନ ନିଉଜ) ରାଜ୍ୟ ସରକାରଙ୍କ ସ୍ଵତନ୍ତ୍ର ରିଲିଫ କମିଶନର ଏବଂ ରାଜସ୍ୱ ଓ ବିପର୍ଯ୍ୟୟ ପରି.ଳନା ବିଭାଗ ନିର୍ଦ୍ଦେଶାନୁସାରେ କୋଭିଜ୍-୧୯ ସଂକ୍ରମଣକୁ ପ୍ରତିରୋଧ ଉଦ୍ଦେଶ୍ୟରେ ଲକ୍ଚାଉନ୍କୁ ଚଳିତ ଅଗଷ୍ଟ ମାସ ୩୧ ମଧ୍ୟ ରାତ୍ରି ପର୍ଯ୍ୟନ୍ତ ସମଗ୍ର ଓଡିଶାରେ ବୃଦ୍ଧି କରାଯାଇଛି । ଏହାକୁ ଦୃଷ୍ଟିରେ ରଖ୍ ମୟୂରଭଞ୍ଜ ଜିଲା ପ୍ରଶାସନ ପକ୍ଷରୁ ଲକ୍ଚାଉନ୍କୁ ସଂପର୍କିତ ଜାରି କରାଯାଇଥିବା ମାର୍ଗଦର୍ଶିକା ତଥା ନିର୍ଦ୍ଦେଶାନାମା ଅନୁଯାୟୀ ଜନସାଧାରଣଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପ୍ରତି ଧ୍ୟାନ ଦେଇ ଜିଲାରେ କାର୍ଯ୍ୟକ୍ଷମ କରାଯାଇଥିବା ସମସ୍ତ ଅସ୍ଥାୟୀ ସ୍ଵାସ୍ଥ୍ୟ ଶିବିର (ଟିଏସ୍ସି) କ୍ବାରେନଣ୍ଟାଇନ୍ କେନ୍ଦ୍ର, କୋଭିଡ୍ କେୟାର କେନ୍ଦ୍ର ଓ କୋଭିତ୍ ହସ୍ପିଟାଲ ଆଦି ପରିସରକୁ କଣ୍ଟନମେଣ୍ଟ ଜୋନ ଭାବେ ଘୋଷିତ କରାଯାଇଛି । ଉକ୍ତ ଅଂଚଳରେ ସ୍ୱାସ୍ଥ୍ୟ ବିଭାଗ ମାର୍ଗଦର୍ଶିକାନୁସାରେ କେବଳ ସ୍ୱାସ୍ଥ୍ୟସେବା ଭଳି ଅତ୍ୟାବଶ୍ୟକୀୟ ସେବା କାର୍ଯ୍ୟରେ ନିୟୋଜିତ ଅଧିକାରୀ, ଡାକ୍ତର ଓ କର୍ମଚରୀଙ୍କ ବ୍ୟତୀତ କୌଣସି ବାହାର ବ୍ୟକ୍ତିଙ୍କୁ ଭିତରେ କିମ୍ବା ବାହାରେ) ନିଷେଧାଳ ଜାରି ଥୁବା ସୀମା ମଧ୍ୟକୁ ପ୍ରବେଶ କିମ୍ବା ଚଳପ୍ରଚଳ ଉପରେ କଡାକଡି କଟକଣା ଲାଗୁ କରାଯାଇଛି।
ଜିଲାରେ ସମସ୍ତ ସାମାଜିକ, ରାଜନୈତିକ, କ୍ରୀଡ଼ା, ମନୋରଞ୍ଜନ, ଏକାଡେମିକ, ସାଂସ୍କୃତିକ, ଧାର୍ମିକ ପୂଜାପୀଠସ୍ଥଳୀରେ ଧର୍ମୀୟ ସମାବେଶ ଉତ୍ସବ ଆଦି କାର୍ଯ୍ୟକ୍ରମକୁ ନିଷେଧ ଟି କରାଯାଇଛି । ସମସ୍ତ ସିନେମା ହଲ, ସଫିମଲ, ସୁଇମିଂପୋଲ୍, ଅବସର ବିନୋଦନ ପାର୍କ, ଥୁଏଟର, ବାର, ଅଡ଼ିଟୋରିୟମ ଆଦି ଜନସାମଗମ ଭଳି ସ୍ଥାନ ସର୍ବସାଧାରଣଙ୍କ ପାଇଁ ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । କିନ୍ତୁ ଯୋଗା
କେନ୍ଦ୍ର ଓ ଜିମ୍ନାସିୟମଗୁଡିକ ଆଗାମୀ ୫ ତାରିଖରୁ ମାର୍ଗଦର୍ଶିକା ଅନୁଯାୟୀ ଖୋଲାଯାଇ ପାରିବ । ସେହିପରି ଜିଲାର ସମସ୍ତ ସ୍କୁଲ, କଲେଜ, ଶିକ୍ଷା ଅନୁଷ୍ଠାନ, ତାଲିମ, କୋଟି ପ୍ରତିଷ୍ଠାନ ଆଦି ଆଗାମୀ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ପରୀକ୍ଷା ପରିଚାଳନା ଓ ମୂଲ୍ୟାଙ୍କନ କାର୍ଯ୍ୟ ପାଇଁ ଅନୁମତି ରହିବ । ହୋଟେଲ, ଆତିଥ୍ୟ ସେବା ଓ ରେଷ୍ଟୁରାଣ୍ଟ, ଜାତୀୟ-ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ପ୍ରମୁଖ ରାସ୍ତାପାରେ ଥିବା ଢାବା ହୋଟେଲମାନଙ୍କରେ ସୀମିତ କର୍ମଚାରୀ କ୍ଷମତା ମଧ୍ୟରେ ହୋମ ଡେଲିଭରି ଖାଦ୍ୟ ପ୍ୟାକେଟ୍ ସାମଗ୍ରୀ ଯୋଗାଣ ପାଇଁ ଅନୁମତିପ୍ରାପ୍ତ ବ୍ୟବସାୟୀ ଓ ବ୍ୟକ୍ତିମାନଙ୍କୁ କଟକଣାରୁ ବାଦ୍ ଦିଆଯାଇଛି । ସେହିପରି ସମସ୍ତ ଅନୁମତିପ୍ରାପ୍ତ ଦୋକାନ, ବଜାର ଓ ବ୍ୟବସାୟୀକ ପ୍ରତିଷ୍ଠାନ ସକାଳ ୭ଟାରୁ ସନ୍ଧ୍ୟା ୬ ଟା ପର୍ଯ୍ୟନ୍ତ ଖୋଲା ରହିବ। ସମସ୍ତ ପ୍ରକାର ଔଷଧ ଦୋକାନଗୁଡିକ । ପାଇଁ ସମୟ ସୀମା କଟକଣା ଲାଗୁ ହେବା ନାହିଁ । ଉକ୍ତ ସମସ୍ତ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନମାନଙ୍କରେ ସାମାଜିକ ଦୂରତା ୬ ଫୁଟ ବ୍ୟବଧାନ ବଜାୟ ରଖୁବା ସହିତ ୭ ଜଣରୁ ଅଧିକ ଗ୍ରାହକ ଦୋକାନ ଭିତରେ ଓ ବାହାରେ ସ୍ଥାନରେ ଏକତ୍ରିତ ହେବେ ନାହିଁ । ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ୬୫ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ବ୍ୟକ୍ତି, ଅସୁସ୍ଥ ବ୍ୟକ୍ତି, ଗର୍ଭବତୀ ମହିଳା ଏବଂ ୧୦ ବର୍ଷରୁ କମ୍ ଶିଶୁ ପିଲାଙ୍କ କ୍ଷେତ୍ରରେ ସ୍ବାସ୍ଥ୍ୟ ସମସ୍ୟା ଭଳି ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନ ଥିଲେ କଦାପି ଘରୁ ବାହାରକୁ ନ ବାହାରିବା ପାଇଁ ଆଗାମୀ । ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଲାଗୁ ରହିଛି । ଏଥି ସହିତ କୋଭିଡ଼-୧୯ ପରିଚାଳନା ଓ ସଂକ୍ରମଣର ପ୍ରତିରୋଧ ପାଇଁ ରାଷ୍ଟ୍ରୀୟ ନିର୍ଦ୍ଦେଶାବଳୀ ଆଧାରିତ ମାର୍ଗଦର୍ଶିକାନୁସାରେ ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଅଟେ । ସମସ୍ତ ସର୍ବସାଧାରଣ ସ୍ଥାନ, ପରିବହନ ଓ କାର୍ଯ୍ୟ କ୍ଷେତ୍ରରେ ସାମାଜିକ ଦୂରତା ବଜାୟ ରଖୁବା ନିୟମ ଅନୁପାଳନ ସହ ସର୍ବସାଧାରଣ ସ୍ଥାନ ଓ କାର୍ଯ୍ୟସ୍ଥଳରେ କେହି ଛେପ କି ଖଙ୍କାର ପକାଇ ପାରିବେ ନାହିଁ ଏବଂ ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତି ନିଜ୍ ନିଜ ମଧ୍ୟରେ ୬ ଫୁଟ୍ ବ୍ୟବଧାନ ରଖୁବେ । ଏହା ଅମାନ୍ୟ କଲେ ନିୟମାନୁସାରେ ଦଣ୍ଡିତ ହେବେ । ବିବାହ, ଉତ୍ସବ, ଅତ୍ୟେଷ୍ଟିକ୍ରିୟା, ଶେଷକୃତ୍ୟ ଆଦି ସମାଜିକ କାର୍ଯ୍ୟକ୍ରମ ଯଥା ବିବାହ ପାଇଁ ୫୦ ରୁ କମ୍ ଏବଂ ଅତ୍ୟେଷ୍ଟିକ୍ରିୟା ଶେଷକୃତ୍ୟ କାର୍ଯ୍ୟ ପାଇଁ ୨୦ ଜଣରୁ କମ୍ ଲୋକଙ୍କ ମଧ୍ୟରେ ଅନୁମତି ପୂର୍ବକ ସମସ୍ତେ ସାମାଜିକ ଦୂରତା ବଜାୟ ରଖିବେ । ସର୍ବସାଧାରଣ ସ୍ଥାନମାନଙ୍କରେ ମଦ, ପାନ, ଗୁଟକା, ତମାଖୁ ଆଦି ବ୍ୟବହାର ଉପରେ କଟକଣା ଲାଗୁ ରହିଛି । ଅନୁମତିପ୍ରାପ୍ତ ବସ୍, ସିଟି ବସ୍, ଟାଢି, ଅଟୋରିକ୍ସା ଏବଂ ଅନ୍ୟାନ୍ୟ ଯାତ୍ରୀବାହୀ ଯାନ ଚଳାଚଳ ନିୟମ ଅନୁଯାୟୀ ରାଜ୍ୟରେ ଚଳାଚଳ କରି ପାରିବ । ସାଲୁନ୍, ବିୟୁଟି ପାଲର୍, ବାରିକ ଦୋକାନ ସତର୍କତା ଅବଲମ୍ବନ ପୂର୍ବକ ଗ୍ରାହକମାନଙ୍କ ପାଇଁ । ସାନିଟାଇଜେସନ ବ୍ୟବସ୍ଥା ମଧ୍ୟରେ ପରିଚାଳାନା କରିବେ । ରାତ୍ରିକାଳୀନ କମ୍ପ୍ୟୁ ସନ୍ଧ୍ୟା ୭ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ଅତ୍ୟନ୍ତ ଜରୁରୀ କାର୍ଯ୍ୟ ବ୍ୟତୀତ ସମସ୍ତ ଦୋକାନ ବ୍ୟବସାୟୀକ ପ୍ରତିଷ୍ଠାନ ତଥା ଅନୁଷ୍ଠାନ ଏବଂ ଜନସାଧାରଣଙ୍କ ଚଳପ୍ରଚଳ ଉପରେ କଟକଣା ଲାଗୁ କରାଯାଇଥିବା ବେଳେ ଜିଲା ପ୍ରଶାସନ, ପୌରପ୍ରଶାସନ, ପୁଲିସ, ସରକାରୀ କାର୍ଯ୍ୟାଳୟରେ ଜରୁରୀ କାର୍ଯ୍ୟରତ ପଦାଧିକାରୀ, କର୍ମଚାରୀ, ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ, ମେଡିକାଲ କେମିଷ୍ଟି ଡ୍ରଗିଷ୍ଟ ଦୋକାନର ଆଦି ଜରୁରୀ ସେବା କାର୍ଯ୍ୟରେ ନିୟୋଜିତ ଥିବା ବ୍ୟକ୍ତି ମାଲିକ, କର୍ମଚାରୀ, ଶିଳ୍ପ ୟୁନିଟ, ନିର୍ମାଣ କାର୍ଯ୍ୟ, ହୋଟେଲ, ହସ୍ପିଟାଲ, ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ମୁଖ୍ୟ ସଡକପଥ କଡରେ ଥିବା ଢାବା ହୋଟେଲ, ପେଟ୍ରୋଲ ପମ୍ପ ଓ ସିଏନ୍ତି ଷ୍ଟେସନ ଆଦି କ୍ଷେତ୍ର କାର୍ଯ୍ୟକ୍ରମରେ ନିୟୋଜିତ ପ୍ରାକୃତ କର୍ମଚାରୀମାନଙ୍କୁ କଟକଣାରୁ ବାଦ୍ ଦିଆଯାଇଛି ।
ସେହିପରି ଅଗଷ୍ଟ ମାସର ପ୍ରଥମ ସପ୍ତାହନ୍ତ ୧ ତାରିଖ ଓ ୨ ତାରିଖ ବ୍ୟତୀତ ମାସର ଅନ୍ୟ ୪ଟି ସପ୍ତାହନ୍ତ ଶନିବାର ଓ ରବିବାର ଦୁଇ ଦିନ ସଟ୍ ଡାଉନ୍ କଟକଣା ଲାଗୁ କରାଯାଇଛି । ସଟ୍ ଡାଉନ ସମୟରେ କେବଳ ମେଡିକାଲ ପ୍ରତିଷ୍ଠାନ ଓ ହସ୍ପିଟାଲ, କ୍ଲିନିକ୍, ନସିଂହୋମ, ମେଡିସିନ ଷ୍ଟୋର, ଆମ୍ବୁଲାନ୍ସ ସେବା, ଜିଲା ଓ ମ୍ୟୁନିସିପାଲିଟି ପ୍ରଶାସନ, ପୁଲିସ, ଅଗ୍ନିଶମ ସେବା, କେନ୍ଦ୍ର ଓ ରାଜ୍ୟ ସରକାରୀ କାର୍ଯ୍ୟାଳୟରେ । ଜରୁରୀ କାର୍ଯ୍ୟରେ ନିୟୋଜିତ ଥିବା
ଅଧିକାରୀ ଓ କର୍ମଚାରୀ, ଟେଲିକମ୍ ସେବା, ପେଟ୍ରୋଲ ପମ୍ପ, ଜଳଯୋଗାଣ, ପରିମଳ ଓ ସ୍ୱରେଜ୍ କାର୍ଯ୍ୟ, ବିଦ୍ୟୁତ୍ ଶକ୍ତି ଯୋଗାଣ ଓ ବିତରଣ, ଅତ୍ୟାବଶକୀୟ ଜିନିଷ ଯୋଗାଣ ପରିବହନ, ଶିଳ୍ପ ପ୍ରତିଷ୍ଠାନ, କଳ କାରଖାନା, କୃଷି ଓ ଉଦ୍ୟାନ କୃଷି, ଧାନମଣ୍ଡି କେନ୍ଦ୍ର, ମସ୍ୟ, ପ୍ରାଣୀ ସମ୍ପଦ ଏବଂ ସେବା କ୍ଷେତ୍ର ଶିଳ୍ପ, ଆଇଟି ସେବା, ହୋଟେଲ୍, ହସ୍ପିଟାଲିଟି ୟୁନିଟି ଓ ତସଂଲଗ୍ନ କାର୍ଯ୍ୟାଳୟରେ ନିୟୋଜିତ କର୍ମଚାରୀ, ଜାତୀୟ ତଥା ରାଜ୍ୟ ସଡ଼କ ପରିବହନ ପାଇଁ ଟ୍ରାନଜିଟ୍ ଯାନବାହନ ଚଳାଚଳ, ସର୍ବସାଧାରଣ ଯାତ୍ରୀବାହୀ ବସ୍, ରେଳ ପରିବହନ, ଘରୋଇ ବସ୍, ଟାଙ୍ଗି, ଅଟୋରିକ୍ସ ଆଦି । ଯାନବାହନ ଯାତ୍ରୀ ନେବା ଆଣିବା ସେବା, ରେଳ ଷ୍ଟେସନ ଓ ବସ୍ ଟର୍ମିନାଲ୍ ସେବା କ୍ଷେତ୍ରରେ ନିୟୋଜିତ ଅଧିକାରୀ ଓ କର୍ମଚାରୀ, ଗ୍ରୋସରୀ ସାମଗ୍ରୀ ଓ ପନିପରିବା, କ୍ଷୀର ଦୋକାନ ଆଦି ଅତ୍ୟାବଶକୀୟ ସାମଗ୍ରୀ, ଘରୋଇ ରେଷ୍ଟୁରାଣ୍ଟ, ଜାତୀୟ ତଥା ରାଜ୍ୟ ରାଜପଥ ଓ ଅନ୍ୟାନ୍ୟ ସଡକ ପଥ ପାର୍ଶ୍ୱରେ ଥିବା ଢାବା ହୋଟେଲ ଏବଂ ଖବର କାଗଜ ବିତରଣ ଆଦି କ୍ଷେତ୍ରରେ ହୋମ ଡେଲିଭରି ସେବା କାର୍ଯ୍ୟ କ୍ଷେତ୍ରଗୁଡିକୁ ବାଦ ଦିଆଯାଇଛି ।