ସୋର, ,05/10 (ସନ୍ଧାନ ନ୍ୟୁଜ୍) :- ସୋର ଡାକ୍ତରଖାନାରେ ଚିକିତ୍ସା ଅବହେଳା ନେଇ ପୁଣି ଅଭିଯୋଗ ହୋଇଛି। ଗତକାଲି ରାତିରେ ସୋର ବ୍ଲକ ଗୋପୀନାଥପୁର ପଞ୍ଚାୟତ ମଙ୍ଗଳପୁର ଅଞ୍ଚଳର ବିଜେଡି ନେତା ମୀନକେତନ ଦାସମହାପାତ୍ର ଅସୁସ୍ଥ ହୋଇ ଡାକ୍ତରଖାନାରେ ଭତ୍ତ ହୋଇଥିଲେ । ତାଙ୍କର ଶ୍ଵାସକ୍ରିୟାରେ ଅସୁବିଧା ହେଉଥିବାରୁ ଅକ୍ସିଜେନ ଲଗାଯାଇଥିଲା । ସମୟ ପରେ ସିଲିଣ୍ଡରରୁ ଅକ୍ସିଜେନ ସରିଯିବାରୁ ଆଉଗୋଟେ ସିଲିଣ୍ଡର ଲଗାଯାଇଥିଲା। ହେଲେ ତାର ନବ୍ ଖୋଲାଯାଇ ନ ଥିବାରୁ ରୋଗୀଙ୍କୁ କଷ୍ଟ ହୋଇଥିଲା । ପରିବାର ଲୋକେ ଜଣାଇବା ପରେ ମଧ୍ୟ ଦାୟିତ୍ବରେ ଥିବା କର୍ମଚାରୀ ନଟ୍ ଖୋଲିବା ପରିବର୍ତ୍ତେ ଦୁର୍ବବହାର କରିଥିବା ମୀନକେତନଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ତେବେ କିଛି ଉପାୟ ନ ପାଇ ଘରୋଇ ଆମ୍ବୁଲାନ୍ସ ଡାକି ସେଥିରେ ଥିବା ଅକ୍ସିଜେନ ଲଗାଇଥିଲେ। ପ୍ରାୟ ୩ ଘଣ୍ଟା ଧରି ଆମ୍ବୁଲାନ୍ସ ଭିତରେ ଅକ୍ସିଜେନ ନେବା ପରେ ସ୍ଥିତି ସାମାନ୍ୟ ସୁଧୁରିଥିଲା। ଶ୍ରୀ ଦାସମହାପାତ୍ରଙ୍କ ପରିବାର ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସପିଟାଲ ନେଇଯାଇଥିଲେ। ତେବେ ଏ ସମ୍ପର୍କରେ ଡାକ୍ତରଖାନା କପକ୍ଷଙ୍କର କିଛି ପ୍ରତିକ୍ରିୟା ମିଳିପାରିନାହିଁ।