ଅଂଟିଆରେ ରାସନ କମ୍ ଅଭିଯୋଗର ଏକପାଖିଆ ତଦନ୍ତ ହେଲା; ଓଜନ କଂଟା ସିଜ୍ ବା ତନଖି ହେଲାନି କଣ ପାଇଁ?

Spread the love

ଧର୍ମଶାଳା, ୨୧/୭ (ସନ୍ଧାନ ନିୟୁଜ/ପ୍ରଶାନ୍ତ ସାମଲ) ଧର୍ମଶାଳାରେ ରାସନ ସାମଗ୍ରୀ ହରିଲୁଟ ନିୟମିତ ହେଉଥିବା ବେଳେ ଏଥିରେ ଯୋଗାଣ ବିଭାଗ ଏବଂ ବ୍ଲକ ପ୍ରଶାସନ ନିରବଦ୍ରଷ୍ଟା ସାଜିଛି । ଅନ୍ୟପଟରେ ଅଭିଯୋଗ ହେଉଥିବା ବେଳେ ଅଭିଯୋଗର ତଦନ୍ତ ଠିକ୍ ଭାବେ ହେଉନାହିଁ । କେତେବେଳେ କରୋନା ଏକ ଏକ ଆଳ ଦେଖାଯାଉଛି ତ କେତେବେଳେ କେତେକ ମୁଷ୍ଟମେୟ ଲୋକଙ୍କ କଥାରେ ନିରିହୀ ଡିଲରକୁ ବଳି ପକାଯାଇଛି ।
ଏବେ ଅଂଟିଆରେ ଖାଉଟି ସାମଗ୍ରୀ କମକୁ ନେଇ ଟଣା ଓଟରା ଚାଲିଥିବା ଅଂଟିଆ ଦଳିତ ସାହି ଏବଂ ରିଟେଲରଙ୍କ ମଧ୍ୟରେ କଥା ହାତାହାତି ପ୍ରର୍ଯ୍ୟନ୍ତ ଯାଇଛି । ତେବେ ଅଭିଯୋଗ ପରେ ବ୍ଲକ ଯୋଗାଣ ଅଧିକାରୀ ଏବଂ ଜିଲ୍ଲା ସ୍ତରରୁ ତତନ୍ତ କରିବାକୁ ଆସିଥିବା ଟିମ ମଧ୍ୟ ଏକପାଖିଆ ତଦନ୍ତ କରିଫେରିଛନ୍ତି । ଏଥିରେ ମଧ୍ୟ କରୋନାକୁ ଆଳ ଦେଖାଇଛନ୍ତି । ବିସ୍ତୁତ ଏବଂ ସତ୍ୟ ଅନୁସନ୍ଧାନ ସନ୍ଧାନ ନିୟୁଜ ପକ୍ଷରୁ କରାଯାଇ ଏହାର ରିପୋର୍ଟ ପ୍ରକାଶ ପାଇଥିଲା ।

ଅଧିକ ତଥ୍ୟ ମୁତାବକ ଦଳିତ ସାହିର କେତେକ ହିତାଧିକାରୀ ନିଜର ଚାଉଳ ଯଥେଷ୍ଟ କମ୍ ପାଉଥିବା ଗଣମାଧ୍ୟମ ଆଗରେ ପ୍ରକାଶ କରିଥିଲେ । ଏହାକୁ ନେଇ ଗଣମାଧ୍ୟମ ଖବର ପ୍ରକାଶ କରିଥିଲା । ପରେ ଜିଲ୍ଲାପାଳଙ୍କ ପକ୍ଷରୁ ଅନ୍ୟ ବ୍ଳକର ୪ଜଣିଆ ଯୋଗାଣ ଅଧିକାରୀଙ୍କୁ ନେଇ ଏହାର ତଦନ୍ତ ହୋଇଥିଲା । ଏହା ପୂର୍ବରୁ ଧର୍ମଶାଳା ବ୍ଲକ ଯୋଗାଣ ଅଧିକାରୀ ତଦନ୍ତ କରିଫେରିଥିଲେ । ତଦନ୍ତ ସମୟରେ ଯୋଗାଣ ଅଧିକାରୀଙ୍କ ସମ୍ମୁଖରେ ସେହି ସାହିର ନିଦ୍ଧିଷ୍ଟ ଲୋକେ ଅଭିଯୋଗକୁ ଦୋହରାଇଥିଲେ । ଅନ୍ୟପଟରେ କେତକ ଗ୍ରାମବାସୀ ସେହି ନିଦ୍ଧିଷ୍ଟ ଗ୍ରୁଫୁ କୁ ଡରି ସେଠାରେ ପ୍ରକାଶ କରିନଥିବା ବେଳେ ସେମାନେ ଠିକ୍ ଚାଉଳ ପାଇଥିବା ସୂଚନା ଦେଇଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ଡିଲରକୁ ମାରିବକୁ ଏବଂ ଖସିଗଲେ ଏମ.ଆଇ ପ୍ରକାଶ ପାଇଥିଲା | ଏମ ଆଇ କୁ କୋୖଣସି ଲକେ ମାରିବାକୁ ଉଦ୍ୟମ କରିନଥିଲେ ବରଂ ନିଜର ଅଭିଯୋଗ କରିଥିଲେ`| ଅଭିଯୋଗ ଗ୍ରହଣ କରି ଯୋଗାଣ ଅଧିକାରୀ ଫେରିଥିଲେ |ସୂଚନା ଥାଉକି ସମ୍ପୁକ୍ତ ଡିଲର ୨ଟି ପଂଚାୟତର ୯ଟି ୱାଡକୁ ରାସନ ଯୋଗାଇ ଆସୁଛନ୍ତି । ମାତ୍ର ଗୋଟିଏ ସାହିର କେତେକ ଲୋକ ଅଭିଯୋଗ କରୁଥିବା ବେଳେ ଅନ୍ୟ ସାହି ଏପରି ଅଭିଯୋଗ ଆଣି ନାହିଁ ।

ଏହାର ନିରଫେକ୍ଷ ତଦନ୍ତ ପାଇଁ ସମ୍ପୁକ୍ତ ସାହିର ଅନ୍ୟ ହିତାଧିକାରୀଙ୍କ ବୟାନ ଏବଂ ଅଭିଯୋଗ ଗ୍ରହଣ କରିବାର ଥିଲା । ମାତ୍ର ଯୋଗାଣ ଅଧିକାରୀ ମଧ୍ୟ ଏକପାଖିଆ ତଦନ୍ତ କରି ଫେରି ଆସିଥିଲେ । ସେହିପରି ଗତକାଲି ଯେଉଁ ଜିଲ୍ଲା ସ୍ତରୀୟ ତଦନ୍ତ କମିଟି ଯାଇଥିଲା ସେହି ଗୋଟିଏ ସାହିରେ ନିଜର ତଦନ୍ତ ପକ୍ରିୟ ସାରିଥିଲା । ଫଳରେ ଅନ୍ୟ ସ୍ଥାନରୁ କୌଣସି ତଦନ୍ତ କରାଗଲା ନାହିଁ କି ସମ୍ପୁକ୍ତ ଡିଲରଙ୍କ ଓଜନ କଂଟା ସିଜ୍ କରାଗଲା ନାହିଁ । କି ଓଜନ କଂଟା ତନଖି କରାଗଲା ନାହିଁ । ଫଳରେ ୨ଟି ପଂଚାୟତର ଶତାଧିକ ଲୋକେ ଏଭଳି ଏକପାଖିଆ ତଦନ୍ତକୁ ନାପସନ୍ଦ କରିଛନ୍ତି । ଏହାର ସଠିକ୍ ତଦନ୍ତ କରିବାକୁ ଅଧିକାଂଶ ହତାଧିକାରୀ ମାନେ ଦାବି କରିଛନ୍ତି ।

Related Posts

About The Author

Add Comment