‍‍ରାଜ୍ୟ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ କନ୍ଧମାଳର ତିନି ଜଣ ଛାତ୍ର ଛାତ୍ରୀ ପୁରସ୍କୃତ

Spread the love

ବାଲିଗୁଡା, ୨୨/୧୧/୨୩(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ):  ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ପ୍ରତିଯୋଗିତା ଭୁବନେଶ୍ୱର ୟୁନିଟ୍ – ୯ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ତିନି ଦିନ ବ୍ୟାପୀ ଅନୁଷ୍ଠିତ ହୋଇଯାଇଛି। ତତ୍ ସହିତ ୟୁନିଟ୍ ୬ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାଜ୍ୟ ସ୍ତରୀୟ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ କନ୍ଧମାଳ ଜିଲ୍ଲାର ୩୫ ଜଣ ଛାତ୍ରଛାତ୍ରୀ ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିଲେ। ସମସ୍ତ ଛାତ୍ରଛାତ୍ରୀ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ଅଧିକାରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ କନ୍ଧମାଳ ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରମୋଦ କୁମାର ଷଡଙ୍ଗୀ ସମସ୍ତ ପ୍ରତିଯୋଗି ମାନଙ୍କୁ  ଶୁଭେଚ୍ଛା ଜଣାଇବା ସହିତ ଉତ୍ସାହିତ କରିଥିଲେ। ଶ୍ରୀମତୀ ଭି ସନ୍ଧ୍ୟା ପ୍ରତିଯୋଗି ମାନଙ୍କ ଯିବା ଆସିବା ର ସମସ୍ତ ବ୍ୟବସ୍ଥା କରିଥିଲେ।ଜିଲ୍ଲାର ସରକାରୀ ମହିଳା ମହାବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ ସମୀକ୍ଷା ପ୍ରଧାନ କୁଇଜ୍ ପ୍ରତିଯୋଗିତାରେ ଦ୍ଵିତୀୟ ସ୍ଥାନ ଓ ଅରସ୍ମିତା କହଁର ଚିତ୍ରାଙ୍କନ ଓ ପେଣ୍ଟିଂ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରି କନ୍ଧମାଳ ଜିଲ୍ଲାର ଗୌରବ ବୃଦ୍ଧି କରିଛନ୍ତି ତତ୍ ସହିତ  କଳା ଉତ୍ସବରେ ସୋଲୋ ଆକ୍ଟ ରେ ଚକାପାଦ ସଂସ୍କୃତ ମହାବିଦ୍ୟାଳୟର  ସ୍ମୃତି ରଞ୍ଜନ ବେହେରା ପ୍ରଥମ ସ୍ଥାନ ଅଧିକାର କରି ଜାତୀୟ ସ୍ତରରେ ଓଡିଶା ପାଇଁ ପ୍ରତିନିଧିତ୍ଵ କରିବାର ଗୌରବ ଅର୍ଜନ କରିଛନ୍ତି। ବାଲିଗୁଡ଼ା ବ୍ଲକ୍ ତରଫରୁ ଅମୂଲ୍ୟ କୁମାର ନାୟକ, ସଚିନ୍ଦ୍ର ପାତ୍ରଙ୍କ ସମେତ ଜିଲ୍ଲାର ମୋଟ ୧୦ ଜଣ ଗାଇଡ ଟିଚର ଭାବରେ ସମସ୍ତ ପ୍ରତିଯୋଗି ମାନଙ୍କ ଦାୟିତ୍ଵ ନିର୍ବାହ କରିଥିଲେ।

Related Posts

About The Author

Add Comment