୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା; ସତର୍କ ରହିବା ପାଇଁ ପରାମର୍ଶ

Spread the love

ଭୁବନେଶ୍ୱର ୯/୪ (ସନ୍ଧାନ ନିୟୁଜ): ଆଜି ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଘଡ଼ଘଡ଼ି ମଧ୍ୟ ମାରିବ।

ସେଥିପାଇଁ ୯ଟି ଜିଲ୍ଲାକୁ ଦିନ ୧୨ଟା ଯାଏ ସତର୍କ ରହିବା ପାଇଁ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଜାରି କରାଯାଇଛି। ଏହି ସମୟରେ ଘରୁ ନ ବାହାରିବା ପାଇଁ ପରାମର୍ଶ ଦିଆଯାଇଛି।
ସେହି ଜିଲ୍ଲାଗୁଡ଼ିକ ହେଲା ମୟୂରଭଞ୍ଜ, ବାଲେଶ୍ୱର, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ଅନୁଗୋଳ, ସମ୍ବଲପୁର ଓ ଯାଜପୁର।

Related Posts

About The Author

Add Comment