୮ହଜାର ପ୍ରସୂତିଙ୍କୁ ମିଳିନି ସହାୟତା

Spread the love

ଭୁବନେଶ୍ୱର,୧୩/୯ (ସନ୍ଧାନ ନିୟୁଜ): ଓଡ଼ିଶା ସ୍ୱାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ସଂଘ ଆନ୍ଦୋଳନ ତୃତୀୟ ଦିନରେ ପହଞ୍ଚିଛି। ସମସ୍ତ ସ୍ୱାସ୍ଥ୍ୟ କେନ୍ଦ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମେତ ମେଡିକାଲ କଲେଜରେ ପ୍ରସୂତିଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ପ୍ରସୂତିଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଜନନୀ ସୁରକ୍ଷା ଯୋଜନାରେ ୧୪୦୦ଟଙ୍କା ଏବଂ ହସ୍ପିଟାଲରୁ ଘରକୁ ଫେରିବା ପାଇଁ ଗାଡ଼ି ଭଡ଼ା ବାବଦକୁ ୫୦୦ଟଙ୍କା ସହାୟତା ପ୍ରଦାନ କରିବାର ବ୍ୟବସ୍ଥା ଅଛି। ହେଲେ ଗତ ୫ଦିନ ମଧ୍ୟରେ ପ୍ରାୟ ୮ହଜାର ପ୍ରସୂତି ଏହି ସହାୟତା ପାଇବାରୁ ବଞ୍ଚିତ ହେଲେଣି।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ଦୈନିକ ପ୍ରାୟ ୧୬୦୦ଟି ଆନୁଷ୍ଠାନିକ ପ୍ରସବ ହୋଇଥାଏ। ଆଉ ଏହି ପ୍ରସୂତିମାନଙ୍କୁ ହସ୍ପିଟାଲ ଛାଡ଼ିବାର ୨୪ଘଣ୍ଟା ମଧ୍ୟରେ ୧୯୦୦ଟଙ୍କା ସହାୟତା ପ୍ରଦାନ କରିବାକୁ ନିୟମ ହୋଇଛି। ହେଲେ ସୋମବାର ଠାରୁ ଆନ୍ଦୋଳନରେ ବସିଥିବା ଓଡ଼ିଶା ସ୍ୱାସ୍ଥ୍ୟ ମିସନ ପରିଚାଳନା କର୍ମଚାରୀ ଭୁବନେଶ୍ୱରରେ ଡେରା ପକାଇଥିବାରୁ ଏବେ ପ୍ରାୟ ୮ହଜାର ପ୍ରସୂତିଙ୍କୁ ଏହି ସହାୟତା ମିଳିପାରିନି। କେତେକ ହସ୍ପିଟାଲରେ ପ୍ରସୂତିଙ୍କ ଆତ୍ମୀୟସ୍ୱଜନମାନେ ସହାୟତା ରାଶି ନମିଳିଲେ ହସ୍ପିଟାଲ ଛାଡ଼ିବେନି ବୋଲି ଧମକ ଦେଉଥିବାରୁ ହସ୍ପିଟାଲ କର୍ତ୍ତୃପକ୍ଷ ନୂଆ ରୋଗୀଙ୍କୁ ହସ୍ପିଟାଲରେ ଆଡମିଟ୍‌ କରାଇପାରୁନାହାନ୍ତି। ସପ୍ଟେମ୍ବର ୧ରୁ ପ୍ରସୂତିଙ୍କୁ ଗାଡ଼ି ଭଡ଼ା ବାବଦକୁ ୫୦୦ଟଙ୍କା ସହାୟତା ପ୍ରଦାନ ପ୍ରକ୍ରିୟାରେ ବି ଅନୁରୂପ ସମସ୍ୟା ଉପୁଜିଛି। ଏହି ଆନ୍ଦୋଳନ ଯୋଗୁଁ ରାଜ୍ୟର ୪୬ହଜାର ଆଶା କର୍ମୀଙ୍କୁ ଚଳିତ ମାସର ଦରମା ମଧ୍ୟ ମିଳିପାରିନାହିଁ।

Related Posts

About The Author

Add Comment