୭ କୋଟି ଟଙ୍କାର ବ୍ରାହ୍ମଣୀ ନଦୀବନ୍ଧ ମରଣ ଯନ୍ତା ପାଲିଟିଚି

Spread the love

ଯାଜପୁର ସଦର, ୨୪ା୦୮ (ସନ୍ଧାନ ନିୟୁଜ): ଯାଜପୁର ଜିଲ୍ଲା ଜାରକା ଜଳ ସମ୍ପଦ ବିଭାଗ ପକ୍ଷରୁ ବ୍ରାହ୍ମଣୀ ନଦୀବନ୍ଧ କାର୍ଯ୍ୟ ଅତି ନିମ୍ନ ମାନର ହୋଇ ଥିବାରୁ ଏହି ବନ୍ଧ ଏବେ ମରଣ ଯନ୍ତା ପାଲଟିଚି । ଏହି ନଦୀବନ୍ଧ ହେବା ପାଇଁ ୭ କୋଟି ଟଙ୍କାର ବ୍ୟୟ ଅଟକଳର ଟେଣ୍ଡର କରାଯାଇଥିଲା । ଅତି ନିମ୍ନ ମାନର କାମ ହୋଇଥିବାରୁ ନଦୀ ବନ୍ଧରେ ବିରାଟ ବିରାଟ ଗାଢ଼ ସୃଷ୍ଟି ହେବା ସହିତ ଏହି ନଦୀ ବନ୍ଧରେ ନିର୍ଭର କରୁଥିବା ହଜାର ହଜାର ଲୋକ ମାନଙ୍କ ଯାତାୟତ ଲାଗି ବହୁ ଅସୁବିଧା ହେଉଚି । ଏହି ବନ୍ଧରେ ନାମକୁ ମାତ୍ର କ୍ରସର ଗୁଣ୍ଡ ଠାରୁ ଆରମ୍ଭ କରି ବାଲି ପକାଯାଉଥିବା ଦେଖିବାକୁ ମିଳୁଚି । ଏଠାରେ ସୂଚନା ଯୋଗ୍ୟ ଯେ, ୭ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ନଦୀବନ୍ଧ ନିର୍ମାଣ ଲାଗି ଜଳ ସଂମ୍ପଦ ବିଭାଗ ପକ୍ଷରୁ ତଦନ୍ତ କରାଯବାତ ଦୂରର କଥା ଏହି ବିଭାଗୀୟ ଅଧିକାରୀ ମାନେ ତଦନ୍ତ କରିବା ପାଇଁ ଆସୁ ନଥିବାରୁ ଜନ ସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଚି । ୭ କୋଟିରେ କାର୍ଯ୍ୟ କରାଯିବା ଲାଗି ଠିକାଦାର କାମ ନେଇଥିବା ବେଳେ, ଏହି କିଛି ଦିନ ତଳେ ବ୍ରାହ୍ମଣୀ ନଦୀରେ ବନ୍ୟା ପାଣି ମାଡ଼ି ଆସିବାରୁ ଏହି ପଂଚାୟତରେ ବାସ କରୁଥିବା ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ଲୋକଙ୍କ ଘର ପାଣି ଘେରରେ ରହିଥିବା ଦେଖିବାକୁ ମିଳିଥିଲା । ଏଠାରେ ଏକ ଘାଇ ସୃଷ୍ଟ ହେବା ସହିତ ତର ତରିଆ ଭାବେ ଏହି ଘାଇରେ ମାଟି ପକାଯାଇ ଘାଇ ମରାମତି କରାଯାଇଥିଲା । ଏହି ନଦୀ ବନ୍ଧ କାର୍ଯ୍ୟ କେତେ ବର୍ଷ ଲାଗିବ ପ୍ରଶାସନ ପାଖରେ ସଠିକ ଉତ୍ତର ନଥିବା ସ୍ପଷ୍ଟ ଜଣାଯାଇଚି । ଯାହାକି ୩ବର୍ଷ ଧରି ଏହି ନଦୀ ବନ୍ଧ କାର୍ଯ୍ୟ ଚାଲିଥିବା ବେଳେ, କେବେ ଏହାର କାର୍ଯ୍ୟ ସରିବ ତାହା ଜଣା ପଡ଼ୁନାହିଁ । ଏ ଦିଗରେ ଯାଜପୁର ଜିଲ୍ଲାପାଳ, ଜଳ ସମ୍ପଦ ବିଭାଗ ମନ୍ତ୍ରୀ ତଦନ୍ତ କରିବା ସହିତ ନଦୀ ବନ୍ଧ କାମକୁ ଯୁଦ୍ଧ୍ୟ କାଳିନ ଭିତ୍ତିରେ ଶେଷ କରିବା ପାଇଁ ସାଧାରଣରେ ଦାବି କରାଯାଉଚି ।

Related Posts

About The Author

Add Comment