ଯାଜପୁର ସଦର,୧୩ । ୧୨ (ସନ୍ଧାନ ନ୍ୟୁଜ): ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକରେ ବାଟମାରଣାକୁ ନେଇ ଯାଜପୁର ଉପଜିଲ୍ଲାପାଳ ୭ଜଣ ଡିଲରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଛନ୍ତି । ସେମାନେ ହେଲେ ପ୍ରିତ୍ତିପୁର ଶ୍ରୀବନ୍ତ ବାରିକ, ଉତ୍ତରକୁଳ ହଳଧର ସୁତାର, ଚନ୍ଦ୍ରମୁର ଅକ୍ଷୟ ମହାନ୍ତି, ଓଲେଇ ଚନ୍ଦନପୁର ବାସନ୍ତି ମଲିକ, ସହିଦପୁର ସେକ ଅନୁଆରଅଲ୍ଲୀ, ଚିକଣାର ବାସନ୍ତି ରାଉଳ, ଘଣ୍ଟିଆଳିର ସେହ୍ନପ୍ରଭା ନାୟକ ଏମାନେ ୭ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସର ଜବାବ ଦାଖଲ ନକରିପାରିଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଜଣାଯାଇଚି । ବ୍ଲକରେ ୨୦୨୨ ରେ ୫୪୮,୧୧ କୁଇଣ୍ଟାଲ ଗହମ ସାଧାରଣ ବଣ୍ଟନ କରିବା ପାଇଁ ଆସିଥିବା ବେଳେ, ଏହି ଗହମକୁ ବଣ୍ଟନ ନକାରାଯାଇ ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା । ଏନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ କରାଯିବାପରେ ସରକାରଙ୍କ ପକ୍ଷରୁ ତଦନ୍ତ ନିର୍ଦ୍ଦେଷ ଦିଆଯାଇଥିଲା । ଏହି ଘଟଣାର ତଦନ୍ତ କରିବାକୁ ଉପଜିଲ୍ଲାପାଳ ଜିଲ୍ଲା ଯୋଗାଣ ବିଭାଗକୁ ନିର୍ଦ୍ଦେଷ ଦେଇଥିଲେ । ଯୋଗଣ ଅଧିକାରୀ କେ ଆକଶ୍ମିକା, ବିଶ୍ୱପ୍ରିୟା ନାୟକ ବିଞ୍ଝାରପୁରରେ ଗହମ ଘଟଣାର ତଦନ୍ତକରିଥିଲେ । ତଦନ୍ତ ବେଳେ, ବ୍ଲକେ କେତେ ଜଣ ଡିଲର ଗହମ ନେଇଥିଲେ । ମଧ୍ୟ ବଣ୍ଟନ ନକରାଯାଇ ଏହାକୁ ଆତ୍ମସାତ କରିଥିବା ଜଣିବାକୁ ପାଇଥିଲେ ।
୭ଜଣ ଡିଲରଙ୍କୁ ନୋଟିସ କରାଗଲା
|
December 14, 2025 |



