୬ ବଖରା ପୋଡ଼ି ପାଉଁଷ : ୫ଟି ଗାଈ ଜୀବନ୍ତ ଦଗ୍ଧ

Spread the love

ଭଦ୍ରକ/ଆଗରପଡ଼ା,୨୨/୧୦ (ସନ୍ଧାନ ନିୟୁଜ) ରାତ୍ରି ପ୍ରାୟଃ ସାଢ଼େ ଗୋଟାଏ ସମୟରେ ବନ୍ତ ତହସିଲ ଅନ୍ତର୍ଗତଃ କୁଆଁର୍ଦ୍ଦା ଗ୍ରାମର ଅଘିରାଗଡ଼ିଆ ସାହୀରେ ଭୟାବହ ଅଗ୍ନିକାଣ୍ଡ ଘଟି ଶମ୍ବୁନାଥ ନାୟକ, ଭରତ ନାୟକ ଓ କୈଳାସ ନାୟକଙ୍କର ୬ ବଖରା ଘର ସଂପୂର୍ଣ୍ଣ ଜଳି ପାଉଁଶ ହୋଇ ଯାଇଥିବା ବେଳେ ୫ଟି ଗାଈ , ୯ଟି ଛେଳି ଓ କୁକୁଡ଼ା -ବତକ ମିଶି ୨୧ଟି ଜୀବନ୍ତ ଦଗ୍ଧ ହୋଇଥିବା ସହିତ ୧ଟି ଗାଈ ଓ ୧ଟି ଛେଳି ଗୁରୁତର ଭାବେ ପୋଡ଼ି ଆହତ ହୋଇଛନ୍ତି ଏବଂ ସମସ୍ତ ଆସବାବ ପତ୍ର ସମ୍ପୁର୍ଣ୍ଣ ଭାବେ ଜଳି ଯାଇଛି । ଆଗରପଡା ଦମକଳ ବାହିନୀ ଆସି ନିଆଁକୁ ଆୟତ କରିଥିଲା । ଏବେ କ୍ଷତିଗ୍ରସ୍ଥ ଏହି ୩ଟି ପରିବାର ଖୋଲା ଆକାଶ ତଳେ ଦୟନୀୟ ଅବସ୍ଥାରେ ଅଛନ୍ତି । ତୁରନ୍ତ ସରକାରୀ ସହାୟତା ଯୋଗାଇ ଦେଇ ଏମାନଙ୍କୁ ଥଇଥାନ କରିବା ପାଇଁ ସାଧାରଣରେ ଦାବୀ ହେଉଛି ।

Report- R Nayak

Related Posts

About The Author

Add Comment