ବସ୍ତା, ୧୫/୦୧/୨୦ (ସନ୍ଧାନ ନିଉଜ) : ବାଲେଶ୍ବର ଜିଲା ବସ୍ତା ବ୍ଲକର ସିଂଲା ଥାନା ପୁଲିସ ୫.୧୦ ଲକ୍ଷ ଟଙ୍କା ମୂଲ୍ୟର ୫୧ ଗ୍ରାମ ବ୍ରାଉନ ସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଏହା ସହିତ ନଗଦ ୨ ଲକ୍ଷ ୪୫ ହଜାର ଟଙ୍କା ଓ ବାଇକ ମଧ୍ୟ ଜବତ କରିଛି। ଏନେଇ ବୁଧବାର ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ବସ୍ତା ଏସ୍ଡିପିଓ ଜଳନ୍ଧର ଜାଲି ସୂଚନା ଦେଇଛନ୍ତି। ଅଭିଯୁକ୍ତ ହେଉଛି, କାଦରାୟାଁ ଗ୍ରାମ ନିବାସୀ ସେଖ୍ ଇବ୍ରାହିମଙ୍କ ପୁଅ ସେଖ୍ ତାହୀର। ପୁଲିସ ଅଭିଯୁକ୍ତକୁ ଅଧିକ ପଚରାଉଚରା ଜାରି ରଖିଛି।
୫.୧୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ
|
January 15, 2020 |



