୫ ଦଫା ଦାବୀ ନେଇ ଆଶାସାଥୀଙ୍କ ଜିଲ୍ଳାପାଳଙ୍କୁ ଦାବୀପତ୍ର

Spread the love

ଭଦ୍ରକ,୧୧ା୨(ସନ୍ଧାନ ନିଉଜ): ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡ଼ିଶା ରାଜ୍ୟ ଆଶା ସାଥୀ ସଂଘର ଭଦ୍ରକ ଜିଲ୍ଲାର ଆଶାସାଥୀମାନେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଭାପତି ମନୋଜ ବସନ୍ତରାୟ ଓ ସମ୍ପାଦକ ମୁକ୍ତିକାନ୍ତ ସାହୁଙ୍କ ନେତୃତ୍ୱରେ ଏକ ୫ ଦଫା ଦାବୀ ମାନ୍ୟବର ମୁଖ୍ୟମନ୍ତ୍ରୀ, ମହାମହିମ ରାଜ୍ୟପାଳ, ମାନ୍ୟବର ମନ୍ତ୍ରୀ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ୨୦୦୬ ମସିହା ଠାରୁ ଆଶାକର୍ମୀ ଭାବେ କାର୍ଯ୍ୟ କରି ୨୦୧୩ ମସିହା ଠାରୁ ଆଶାସାଥୀ ଭାବେ କାର୍ଯ୍ୟ କରି ଆସୁଥିଲେ । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଡିଲିଙ୍କିଙ୍ଗ୍ କରି ତାଙ୍କୁ ତା୩୦.୧୦.୨୦୧୮ରିଖ ଠାରୁ ରାଜ୍ୟରେ ଆଶାସାଥୀ ଭାବେ କାର୍ଯ୍ୟ କରିଆସୁଛନ୍ତି । କେନ୍ଦ୍ର ସରକାର ୨୦୧୮-୧୯ ମସିହା ପି.ଆର୍‌.ପି.ରେ ଆଶାସାଥୀମାନଙ୍କୁ ୫ ହଜାର ଟଙ୍କା ଦେବେ ବୋଲି ଘୋଷଣା କରିଥିଲେ । ପୁଣି ତା୨୪.୧୦.୨୦୧୯ରିଖରେ ୫ହଜାରୁ ୬ହଜାର ଟଙ୍କାକୁ ବୃଦ୍ଧି କରିଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖର କଥା ଯେ ଆଶାସାଥୀମାନଙ୍କୁ ୬ ହଜାର ଟଙ୍କା ବଦଳରେ ୩ ହଜାର ଟଙ୍କା ଦିଆଯାଉଛି । ଆଶାସାଥୀମାନେ ଆଶାମାନଙ୍କୁ ପ୍ରୋତ୍ସାହନ ଦେଇ ଏନ୍‌.ଏଚ୍‌.ଏମ୍ (ଜାତୀୟ ସ୍ୱାଥ୍ୟ ମିଶନ)କୁ ସଫଳ କରାଇଛନ୍ତି । ଆଶାସାଥୀମାନଙ୍କର ଦେଖା ଦେଇଥିବା ସମସ୍ୟା ଦୂରୀକରଣ ନିମନ୍ତେ ୫ ଦଫା ଦାବୀ ତଥା ଆଶାସାଥୀମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବା, କେନ୍ଦ୍ର ସରକାରଙ୍କ ଘୋଷଣା ଅନୁସାରେ ୬ ହଜାର ଟଙ୍କା ପ୍ରଦାନ କରାଯିବା, ଆଶାସାଥୀମାନଙ୍କ କାର୍ଯ୍ୟଦକ୍ଷତା ବୃଦ୍ଧି କରିବା ନିମନ୍ତେ ସେମାନଙ୍କୁ ତାଲିମ ପ୍ରଦାନ କରିବା, ୧୩ ବର୍ଷ ଧରି ଆଶା ଓ ଆଶାସାଥୀ ଭାବେ କାର୍ଯ୍ୟ କରିଆସୁଥିବାରୁ ସେମାନଙ୍କୁ ବୀମା ଏବଂ ମୃତ୍ୟୁକାଳିନ ସହାୟତା ରାଶି ପ୍ରଦାନ କରାଯିବାକୁ ଏହି ଦାବୀପତ୍ରରେ ଉଲ୍ଲେଖ କରାଯାଇଛି । ଏହି ଦାବୀପତ୍ର ପ୍ରଦାନ ବେଳେ ଅନ୍ୟମାନଙ୍କ ମଧ୍ୟରେ ନିବେଦିତା ପୋଥାଳ, ସଂଯୁକ୍ତା ସେନାପତି, ପୂର୍ଣ୍ଣିମା ସେଠୀ, ଶ୍ରଦ୍ଧାଞ୍ଜଳି ନାୟକ, ମାଳତୀଲତା ମହାପାତ୍ର, ମିନତିରାଣଈ ବିଶ୍ୱାଳ, ଅନୁୱାରୀ ବେଗମ, ପ୍ରଭାସିନୀ ଦାସ, ସୁକାନ୍ତୀ ସେଠୀଙ୍କ ସହିତ ଜିଲ୍ଲାର ସମସ୍ତ ଆଶାସାଥୀମାନେ ଯୋଗ ଦେଇଥିଲେ ।

Related Posts

About The Author

Add Comment