୪ ସଟ୍ଟାବେପାରୀ ଗିରଫ, ୪ ଲକ୍ଷ ଜବତ

Spread the love

ରାଉରକେଲା,୭/୮ (ସନ୍ଧାନ ନିୟୁଜ/ସୁବୋଧ ନାୟକ): ଆଜି ରାଉରକେଲା ପୁଲିସ ହାତରେ ଧରାପଡ଼ିଛନ୍ତି ୪ କୁଖ୍ୟାତ ସଟ୍ଟାବେପାରୀ । ରାଉରକେଲା ଏସପି ଡ. ସାର୍ଥକ ଷଡଙ୍ଗୀଙ୍କ ନିର୍ଦ୍ଦେଶକ୍ରମେ ପୁଲିସର ଗୁଇନ୍ଦା ବିଭାଗର ସ୍ପେଶାଲସ୍ମାର୍ଡ ସହରର ପ୍ଲାଂଟସାଇଟ, ଟ୍ରାଫିକ ଗେଟ ପାୱାର ହାଉସ ରୋଡ଼ରେ ବ୍ୟାପକ ସଟ୍ଟା କାରବାର ଚାଲୁଥିବା ଜାଣିବାକୁ ପାଇଥିଲା । ପୁଲିସ ସଟ୍ଟା ଆଡ଼ାରେ ଚଡାଉ କରି ୪ ଲକ୍ଷ ୧୭ ହଜାର ନଗଦ ଟଙ୍କା ଜବତ କରିବା ସହିତ ୪ ଜଣ ସଟ୍ଟା ବେପାରୀଙ୍କୁ ଗିରଫ କରିଛି । ଏହି ସଟ୍ଟା ଚଲାଉଥିବା ମାଷ୍ଟରମାଇଣ୍ଡ ଉମା ସିଂଙ୍କୁ ବାସନ୍ତୀ କଲୋନୀରୁ ଉଦିତନଗର ଥାନା ପୁଲିସ ଗିରଫ କରିଛି ।

Related Posts

About The Author

Add Comment