୪୯ ନଂ ଜାତୀୟ ରାଜପଥରେ ଟ୍ରଲର ପଛକୁ ପିଟିଲା ବଲୋର

Spread the love
  •  
  •  
  •  
  •  
  •  

ବାରିପଦା ୧୫/୦୯ (ସନ୍ଧାନ ନିଉଜ)  ମୟୁରଭଂଜ ଜିଲ୍ଲା ବିଶୋଇ ଥାନା ଅନ୍ତର୍ଗତ କାଦପାଣି ନିକଟ ଜାତୀୟ ରାଜପଥ ରେ ଦୁର୍ଘଟଣାଟି ଘୋଟିଛି ।ତେବେ ଏହି ଦୁର୍ଘଟଣାରେ ଟୁଲୁ ଗିରି ପିତା ବିଦେଶୀ ଗିରି ଗୁରୁତର ଆହତ ହେଇଛନ୍ତି । ତାଙ୍କ ଘର କରଞ୍ଜିଆ ଅଞ୍ଚଳର କୋରଡ଼ିହା ବୋଲି ଜଣାପଡିଛି । OD 01M 7179 ବଲୋର ରେ ବାରିପଦା ମେଡିକାଲକୁ ଯାଉଥିବା ସମୟରେ ବିଶୋଇ କାଦପାଣି ନିକଟ ରାସ୍ତା କଡରେ ଛିଡା ହୋଇଥିବା NL08D 7262 ଟ୍ରଲରକୁ ଅଭରଟେକ କରୁଥିବା ସମୟରେ ସାମ୍ନା ପଟରୁ ହଟାତ ଟ୍ରକ ଆସି ଯିବାରୁ ଭାରସାମ୍ୟ ହରାଇ ଛିଡା ହୋଇଥିବା ଟ୍ରଲର ସହିତ ପିଟି ହେଇଥିଲା । ବଲୋର ରେ ବସି ଥିବା ୫ଜଣ ଯାତ୍ରୀଙ୍କ ଅଳ୍ପ ଗୁରୁତ୍ତର ହେଇଥିବା ବେଳେ ବାମ ପୋଟରେ ବସିଥିବା ଟୁଲୁ ଗିରୀଙ୍କ ମୁଣ୍ଡରେ ଗଭୀର ଆଘାତ ହେଇଥିଲା । କାଦପାଣି ଲୋକଙ୍କ ସହାୟତା ରେ 108 ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଗୁରୁତର ଗିରିଙ୍କୁ ବାରିପଦା PRM ମେଡିକାଲକୁ ପଠେଇ ଦିଆଯାଇ ଥିବା ବେଳେ ଅନ୍ୟ ଚାରି ଜଣ ଙ୍କୁ ବିଶୋଇ ମେଡିକାଲକୁ ପଠେଇ ଦିଆଯାଇଛି ।ଘଟଣା ସ୍ଥଳରେ ବିଶୋଇ ପୋଲିସ ପହଞ୍ଚି ଘଟଣା ବିଷୟରେ ବୁଝା ସୁଝା କରୁଛନ୍ତି।

ମୟୁରଭଞ୍ଜ ରୁ ଲିଙ୍ଗରାଜ ପଣ୍ଡା ଏବଂ ଦୀପକ ପାଣିଗ୍ରାହୀ ରିପୋର୍ଟ

Related Posts

About The Author

Add Comment