୪୭୭ଟି SI ପଦବୀ ପାଇଁ ୧ ଲକ୍ଷ ୩୨ ହଜାର ୪୯୬ ଆବେଦନକାରୀ, ପ୍ରଥମ ଥର ପାଇଁ ୨୬ କିନ୍ନର କଲେ ଆବେଦନ

Spread the love

କଟକ:୧୭/୦୭ (ସନ୍ଧାନ ନ୍ୟୁଜ୍)-: ଜୁନ୍‌ ୧୨ ତାରିଖରେ ଓଡ଼ିଶା ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲା ଓଡ଼ିଶା ପୁଲିସ୍‌ ବିଭାଗ। ୪୭୭ଟି ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ଜୁନ୍‌ ୨୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଆଉ ଜୁଲାଇ ୧୫ ତାରିଖରେ ଆବେଦନ ପ୍ରକ୍ରିୟା ଶେଷ ହୋଇଛି।

ସବ୍‌ ଇନ୍ସପେକ୍ଟର ପଦବୀ ପାଇଁ ମୋଟ୍‌ ୧ ଲକ୍ଷ ୩୨ ହଜାର ୪୯୬ ଜଣ ଆବେଦନ କରିଛନ୍ତି। ସେମଧ୍ୟରୁ ୯୭ ହଜାର ୫୦୬ ଜଣ ପୁରୁଷ ରହିଥିବା ବେଳେ ୩୪ ହଜାର ୯୬୪ ଜଣ ମହିଳା ଆବେଦନକାରୀ ରହିଛନ୍ତି। ସବୁଠୁ ବଡ଼ କଥା ହେଲା ପ୍ରଥମ ଥର ପାଇଁ ରାଜ୍ୟରେ ୨୬ ଜଣ କିନ୍ନର ପୁଲିସ୍ ଏସଆଇ ପଦବୀ ପାଇଁ ଆବେଦନ କରିଛନ୍ତି।

Related Posts

About The Author

Add Comment