୩ ହାଇକୋର୍ଟ ନାମ ପରିବର୍ତ୍ତନ କରିବା ପାଇଁ ଆସିବ ବିଲ; ତାଲିକାରେ ଓଡ଼ିଶା ନାହିଁ: ‘ଓରିଶା’ ହାଇକୋର୍ଟ କେବେ ହେବ ‘ଓଡ଼ିଶା’ ହାଇକୋର୍ଟ?

Spread the love

ନୂଆଦିଲ୍ଲୀ,୧୮/୧୧(ସନ୍ଧାନ ନିୟୁଜ) : ମାଡ୍ରାସ, କାଲ୍‌କାଟା ଓ ବମ୍ବେ ହାଇକୋର୍ଟର ନାମକୁ ପରିବର୍ତ୍ତନ କରି ଯଥାକ୍ରମେ ଚେନ୍ନାଇ, କୋଲକାତା ଓ ମୁମ୍ବାଇ ହାଇକୋର୍ଟ କରିବା ପାଇଁ ଏକ ସ୍ୱତନ୍ତ୍ର ବିଲ୍‌ ପାର୍ଲିଆମେଣ୍ଟରେ ଉପସ୍ଥାପନ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ପ୍ରସ୍ତୁତି ଓ ଉଦ୍ୟମ ଆରମ୍ଭ ହୋଇଯାଇଛି। ପାର୍ଲିଆମେଣ୍ଟର ଆସନ୍ତା ଅଧିବେଶନରେ ଏହି ବିଲ୍‌ ଆଗତ କରାଯିବାର ସମ୍ଭାବନା ରହିଛି। ତେବେ, ଆମ ରାଜ୍ୟର ଇଂରାଜୀ ନାମ ଓରିଶାରୁ  ଇତିମଧ୍ୟରେ ଓଡ଼ିଶାକୁ ପରିବର୍ତ୍ତିତ ହୋଇସାରିଥିଲେ ମଧ୍ୟ ଓଡ଼ିଶା ହାଇକୋର୍ଟର ନାମ ଓରିଶା ହାଇକୋର୍ଟ ହୋଇ ରହିଛି ।

ଅନ୍ୟପକ୍ଷରେ କେନ୍ଦ୍ର ସରକାର ଏବେ ମାଡ୍ରାସ, କାଲ୍‌କାଟା ଓ ବମ୍ବେ ହାଇକୋର୍ଟର ନାମକୁ ପରିବର୍ତ୍ତନ କରି ଯଥାକ୍ରମେ ଚେନ୍ନାଇ, କୋଲକାତା ଓ ମୁମ୍ବାଇ ହାଇକୋର୍ଟ କରିବା ପାଇଁ ଏକ ସ୍ୱତନ୍ତ୍ର ବିଲ୍‌ ପାର୍ଲିଆମେଣ୍ଟରେ ଯୋଜନା ପ୍ରସ୍ତୁତ କରିଥିବା ବେଳେ ଏହି ତାଲିକାରେ ଓରିଶା ହାଇକୋର୍ଟର ନାମକୁ ପରିବର୍ତ୍ତନ କରି ଓଡ଼ିଶା ହାଇକୋର୍ଟ କରିବା ପାଇଁ କୌଣସି ଯୋଜନା  ରଖିନାହାନ୍ତି।

ତେଣୁ ଏପରିସ୍ଥିତିରେ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କ ଉପରେ ଚାପ ପ୍ରୟୋଗ କରି ଏହି ତାଲିକାରେ ଓରିଶା ହାଇକୋର୍ଟର ନାମକୁ ପରିବର୍ତ୍ତନ କରି ଓଡ଼ିଶା ହାଇକୋର୍ଟ କରିବା ପାଇଁ ସାମିଲ କରିବା ସହ ପାର୍ଲାମେଣ୍ଟରେ ବିଲ୍‌ ଆଣିବାକୁ ଏବେ ସବୁ ମହଲରୁ ଦାବି ହେଉଛି।

Related Posts

About The Author

Add Comment