ଯାଜପୁର ସଦର, ୨୧/୦୧/୨୦୧୨ (ସନ୍ଧାନ ନିଉଜ) ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ୍ ବରୀ ନିର୍ବାଚନ ମଣ୍ଡଳୀର ୩୬ ନଂ ଜିଲ୍ଲାପରିଷଦ ପ୍ରାର୍ଥିପାଇଁ ବହୁ ଆଶାଇ ପ୍ରାର୍ଥି ରହିଥିବା ବେଳେ, ଶେଷରେ ବିଜୁ ଜନତା ଦଳରୁ ବ୍ରହ୍ମବରଦା ପୂର୍ବତନ ସରପଞ୍ଚ ଭାରତୀ ବିଶ୍ୱାଳ ୩୬ ନଂ ଜୋନର ଜିଲ୍ଲା ପରିଷଦ ପ୍ରାର୍ଥିନୀ ଭାବରେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇ ଥିବା ବେଳେ, ବିରୋଧି ଦଳ ପକ୍ଷରୁ ବିଜେପି ପ୍ରାର୍ଥିନୀ ଭାବେ ସୁମିତ୍ରା ବେହେରା ଟିକେଟ ପାଇଥିବା ବେଳେ, କଂଗ୍ରେସ ପକ୍ଷରୁ ବନିତା ପଣ୍ଡାଙ୍କୁ ଦଳ ଟିକେଟ ଦେଇଚି । କଂଗ୍ରେସ ଏବଂ ବିଜେପି ପ୍ରାର୍ଥିପତ୍ର ଦାଖଲ କରିଥିବା ବେଳେ, ଶାସକ ଦଳର ଭାରତୀ ବିଶ୍ୱାଳ ୩୬ନଂ ଜୋନ ପାଇଁ ଆସନ୍ତା ଭାରତୀ ବିଶ୍ୱାଳ ଯାଜପୁର ଉପଜିଲ୍ଲାପାଳ ଅଫିସରେ ପ୍ରାର୍ଥିପତ୍ର ଦାଖଲ କରିବାକୁ ଯାଉଥିବା ବେଳେ, ବିଜୁ ଜନତା ଦଳ ପକ୍ଷରୁ ଶ୍ରୀମତୀ ବିଶ୍ୱାଳଙ୍କୁ ବିଭିନ୍ନ ମହଲରୁ ସ୍ୱାଗତ କରାଯାଇଚି । ଭାରତୀ ବିଶ୍ୱାଳଙ୍କୁ ଟିକେଟ ମିଳିଥିବାରୁ ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ, ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ, ଯବନେତା ସମ୍ପାଦକ ବିଶ୍ୱରଂଜନ ମଲିକଙ୍କୁ ଶ୍ରୀମତୀ ବିଶ୍ୱାଳ କୃତଜ୍ଞତା ଜଣାଇଛନ୍ତି ।
୩୬ନଂ ଜିଲ୍ଲା ପରିଷଦ ଭାରତୀ ହାତେଇ ନେଲେ
|
January 21, 2022 |
![](https://sandhannews.com/wp-content/uploads/2022/01/elel-2.jpg)