ମାଲକାନଗିରି ୧୭/୧୨/୨୫ (ସନ୍ଧାନ ନ୍ୟୁଜ ) : ହିଂସା ଛାଡି ୩୪ ଜଣ ମାଓବାଦୀ କଲେ ଆତ୍ମସମର୍ପଣ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ବିଜାପୁର ଜିଲ୍ଲାରେ ୩୪ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ବିଜାପୁର ଏସପିଙ୍କ ନିକଟରେ କରିଛନ୍ତି ଆତ୍ମସମର୍ପଣ । ଯେଉଁଥିରେ ୭ଜଣ ମହିଳା କ୍ୟାଡର ଏବଂ ୨୭ଜଣ ପୁରୁଷ କ୍ୟାଡର ରହିଛନ୍ତି । ଆତ୍ମସମର୍ପଣ କଲେ ୮୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ମିଳିବା ନେଇ ଘୋଷଣା ହୋଇଥିଲା। ମାଓ ସଙ୍ଗଠନର ଡିକେଏସଜେଡସି, ତେଲେଙ୍ଗାନା ରାଜ୍ୟ କମିଟି ଏବଂ ଏଓବି ଡିଭିଜନର ମାଓବାଦୀମାନେ ଏହି ଆତ୍ମସମର୍ପଣରେ ସାମିଲ । ଏହି ୩୪ଜଣ କ୍ୟାଡରଙ୍କ ମଧ୍ୟରେ କେରଲପାଲ କ୍ଷେତ୍ର କମିଟି DVCM, ACM, CNM, ଭଳି ବହୁ କ୍ୟାଡର ମାଓବାଦୀ ସାମିଲ ଅଛନ୍ତି ।
୩୪ ଜଣ ମାଓବାଦୀ କଲେ ଆତ୍ମସମର୍ପଣ, ଘୋଷଣା ହୋଇଥିଲା ୮୪ ଲକ୍ଷ ପୁରସ୍କାର ରାଶି
|
December 17, 2025 |



