ବରଗଡ, 13.01.2021 (ସନ୍ଧାନ ନିଉଜ୍ ) :– ବରଗଡ଼ସ୍ଥିତ ବିନାୟକ ହୋଟେଲ ପରିସରରେ ଲୁଟ୍ ହୋଇଥିବା ଘଟଣାର ପର୍ଦ୍ଦାଫାଶ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ୨ ଲୁଟେରାଙ୍କୁ ପୋଲିସ ଗିରଫ କରିଛି। ଗିରଫ ଲୁଟେରା ହେଲେ ବରଗଡ଼ ପୌର ପରିଷଦ ଅଧୀନ ୱାର୍ଡ଼ ନଂ-୫ର ରାମ ଓରଫ ରାଘବ ନାଏକ ଏବଂ ହର୍ଲୁ ଗୁର୍ଲା। ଗିରଫ ପରେ ଦୁର୍ବୃତ୍ତଙ୍କଠାରୁ ୨ ଲକ୍ଷ ୩୫ ହଜାର ଟଙ୍କା, ଗୋଟିଏ ବାଇକ୍, ୨ଟି ଛୁରୀ ଏବଂ ୪ଟି ମୋବାଇଲ ଫୋନ ଜବତ୍ କରିଛି। ଗିରଫ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ। ସୂଚନାଯୋଗ୍ୟ ଯେ ଛତିଶଗଡ଼ ରାଜ୍ୟର ବ୍ୟବସାୟିକ ପ୍ରତିଷ୍ଠାନ ପ୍ରକାଶ ମାର୍କେଟିଙ୍ଗ ନାମକ କମ୍ପାନୀର କର୍ମଚାରୀ ଆଲୋକ ଭଟ୍ଟଙ୍କୁ ଛୁରୀ ଦେଖାଇ ଦୁର୍ବୃତ୍ତମାନେ ଲୁଟ୍ କରିଥିଲେ। ଗତ ରବିବାର ଆଲୋକ ସହରର ବିଭିନ୍ନ ବ୍ୟବସାୟିକ ଅନୁଷ୍ଠାନରୁ ଟଙ୍କା ସଂଗ୍ରହ କରି ଫେରିଥିଲେ। ବରଗଡ଼ସ୍ଥିତ ଏକ ହୋଟେଲରେ ସେ ପହଞ୍ଚିଥିଲେ। ହୋଟେଲ ରିସେପ୍ସସରେ ଛିଡା ପାଖରେ ଆଲୋକ ଛିଡା ହୋଇଥିବା ବେଳେ ୨ ଜଣ ଦୁର୍ବୃତ୍ତ ଭୁଜାଇ ଧରି ସେଠାରେ ପହଞ୍ଚିଥିଲେ। ଦୁର୍ବୃତ୍ତମାନେ ଅତର୍କିତ ଭାବେ ଆଲୋକଙ୍କ ଉପରକୁ ଆକ୍ରମଣ କରିଥିଲେ। ଏହାପରେ ତାଙ୍କଠୁ ୪୮ ହଜାର ଟଙ୍କା ସହ ମୋବାଇଲ ଲୁଟି ନେଇଥିଲେ ଦୁର୍ବୃତ୍ତ। ଏହି ଲୁଟ୍ର ସମସ୍ତ ଦୃଶ୍ୟ ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ତଦନ୍ତ ।
ତାଜା ଖବର
- ଶିକ୍ଷାର ବିକାଶ ପାଇଁ କେ. ଜେ. ଇସ୍ପାତର ପ୍ରୟାସ: କଲାଣ୍ଡ ସ୍କୁଲକୁ ବିଭିନ୍ନ ଶିକ୍ଷା ଉପକରଣ ପ୍ରଦାନ
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ଚଣ୍ଡିଖୋଲ-ଡୁବୁରୀ ଜାତୀୟ ରାଜପଥରେ ଭୟଙ୍କର ଦୁର୍ଘଟଣା: ୩୦ ଫୁଟ ତଳକୁ ଖସିଲା ବାଇକ୍, ୨ ଗୁରୁତର
- ପଶ୍ଚିମବଙ୍ଗ ନିର୍ବାଚନ ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି, ବିଜେପି ଜାରି କଲା ୪୦ଟି ଷ୍ଟାର ପ୍ରଚାରକଙ୍କ ତାଲିକା
- ନିମ୍ନ ଲିଙ୍କରେ କ୍ଲିକ କରି ଆଜିର ଇ -ପେପର ଡାଉନ ଲୋଡ କରନ୍ତୁ
- ବଡ ଗାଁ ବ୍ଲକ ଇତମା ଖଡିଆ ପଡ଼ାର ନଳକୂପ ବହୁଦିନରୁ ଅଚଳ
- କୁଣ୍ଡି କଟକର ବାଇମୁଣ୍ଡି ସ୍ବର୍ଗତ ବସନ୍ତ କୁମାର ନାୟକ ଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ବାର୍ଷିକୀ ର ପ୍ରସ୍ତୁତି ବୈଠକ
- ଭୁବନେଶ୍ୱର ରେ ଛାତ୍ର ଓ ଛାତ୍ରୀ ଙ୍କୁ ଖଡ଼ି ଛୁଆଁ କଲେ ମୁଖ୍ୟମନ୍ତ୍ରୀ
- ଦତ୍ତପୁର ସେତୁ ନିର୍ମାଣ କାର୍ଯ୍ୟ ଶେଷ ହେବ କେବେ ? ନିର୍ମାଣ କାର୍ଯ୍ୟ ନିମ୍ନ ମାନର ଅଭିଯୋଗ; କାର୍ଯ୍ୟାନୁଷ୍ଠାନ ଦାବି
- ଦୁବକଣ ନୋଡାଲ ଉପ୍ରା ବିଦ୍ୟାଳୟରେ ପ୍ରବେଶ ଉତ୍ସବ ପାଳିତ



