+୨ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀ ବିକ୍ଷୋଭ

Spread the love
  •  
  •  
  •  
  •  
  •  

ଚଣ୍ଡିଖୋଲ, ୨୯/୦୪ (ସନ୍ଧାନ ନିୟୁଜ) ରାଜ୍ୟରେ କରୋନାର ପ୍ରଥମ ଲହରୀ ପାଇଁ ଗତବର୍ଷ ଛାତ୍ରଛାତ୍ରୀଙ୍କ ପାଠପଢ଼ା ହୋଇପାରିଲା ନାହିଁ । ଚଳିତବର୍ଷ ମଧ୍ୟ କରୋନାର ଦ୍ୱିତୀୟ ଲହରୀ ଚାଲିଥିବା ବେଳେ ବିଦ୍ୟାଳୟରେ ପାଠପଢ଼ା ମଧ୍ୟ ବନ୍ଦ ହୋଇଛି । ଏସମୟରେ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଦେବାକୁ ରାଜ୍ୟ ସରକାର ଘୋଷଣା କରିଥିବା ବେଳେ ପ୍ରଥମେ ନବୀନ ନିବାସ ଆଗରେ ୧୦ମ ଛାତ୍ରଛାତ୍ରୀ ମାନେ ପରୀକ୍ଷା ବାତିଲ ଦାବି କରିଥିଲେ । ଫଳରେ ଚଳିତ ବର୍ଷ ଦଶମ ପରୀକ୍ଷାକୁ ବାତିଲ କରାଯାଇଛି । ଏହା ପରେ ଯୁକ୍ତ-୨ ଶ୍ରେଣୀର ଛାତ୍ରଛାତ୍ରୀ ମାନେ ସେମାନଙ୍କ ପାଠ ପଢ଼ା ହୋଇନାହିଁ ଏବଂ ସେମାନଙ୍କ ପରୀକ୍ଷା ବାତିଲ କରିବାକୁ ନେଇ ବିିଭନ୍ନ ସ୍ଥାନରେ ପ୍ରତିବାଦ କରୁଛନ୍ତି । ଗୁରୁବାର ଚଣ୍ଡିଖୋଲ ଜାତୀୟ ରାଜପଥ ଉପରେ ଧର୍ମଶାଳା ମହାବିଦ୍ୟାଳୟ, ବାବା ଭୈରବା ନନ୍ଦ ମହାବିଦ୍ୟାଳ, ଛତିଆ ହାଡିଦାସ ମହାବିଦ୍ୟାଳ, ବିଷ୍ଣୁ ସାମନ୍ତରାୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ମିଶି ପରୀକ୍ଷା ବାତିଲ କରିବା ଦାବିରେ ପ୍ରତିବାଦ କରିଥିଲେ । ଏପରକି ଟାୟାଳ ଜାଳି ରାଜପଥ ଅବରୋଧ କରିବା ସହ ପରୀକ୍ଷା ବାତିଲ କରିବା, ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ନାମରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ । ଯଦି ପରୀକ୍ଷା ବାତିଲ ନହୁଏ ତେବେ ସମସ୍ତ କଲେଜର ଛାତ୍ରଛାତ୍ରୀ ମାନେ ରାଜପଥକୁ ଓଲ୍ଲାଇବେ ବୋଲି ଚେତବନୀ ଦେଇଥିଲେ । ବଡଚଣା ଥାନା ଅଧିକାରୀ ପ୍ରିୟବତ୍ର ରାଉତ, ଚଣ୍ଡିଖୋଲ ପାଣ୍ଡି ଅଧିକାରୀ ସୁଶୀଲ କୁମାର ନାୟକ ପଂହଚି ଛାତ୍ରଛାତ୍ରୀଙ୍କୁ ବୁଝାସୁଝା କରିବା ସହ ବିଭାଗକୁ ଜଣାଇବା ପାଇଁ ଏକ ଦାବିପତ୍ର ନେଇଥିଲେ ।

Related Posts

About The Author

Add Comment