ବାରିପଦା,୦୬/୦୭ (ସନ୍ଧାନ ନିଉଜ/ଲିଙ୍ଗରାଜ ପଣ୍ଡା) ପ୍ରଥମ ଥର ପାଇଁ ମୟୁରଭଞ୍ଜ ଜିଲ୍ଲାରେ ଶନିବାର ଓ ରବିବାର ୨ ଦିନିଆ ସଟଡାଉନ୍ ଆରମ୍ଭ ହୋଇଛି । ମହାମାରୀ କୋରାନ ମୁକାବିଲା ପାଇଁ ଅନଲକ-୨ ନିମନ୍ତେ ଜାରି ମାର୍ଗଦର୍ଶିକା ଅନୁଯାୟୀ ମୟୁରଭଞ୍ଜ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଥମ କରି ସମଗ୍ର ଜିଲ୍ଲାରେ ଶନିବାର ସକାଳ ୫ଟା ଠାରୁ ସୋମବାର ସକାଳ ୫ଟା ପର୍ୟ୍ୟନ୍ତ ଦୁଇ ଦିନିଆ ସଟଡାଉନ୍ ଘୋଷଣା କରାଯାଇଛି । ତତ୍ ସହିତ ଏହି ସଟଡାଉନ୍ ଚଳିତ ମାସ ଆଗାମୀ ତିନି ସପ୍ତାହାନ୍ତ ଶନିବାର ଓ ରବିବାର ଦୁଇ ଦିନ ଯାକ ସଂପୂର୍ଣ୍ଣ ଜିଲ୍ଲାର ମଧ୍ୟ ଲାଗୁ କରାଯାଇଛି । ମୟୂରଭଞ୍ଜ ଏସପି ସ୍ମିତ ପି ପରାମଙ୍କ ନେତୃତ୍ବରେ ଜିଲ୍ଲା ସଦର ମହକୁମା ବାରିପଦା ସହରର ବିଭିନ୍ନ ଅଞ୍ଚଳ ପରିଦର୍ଶନ କରିବା ସହ ଜନସାଧାରଣଙ୍କୁ ସଚେତନ କରାଯାଉଛି । ବିଭିନ୍ନ ଓ୍ୱଡରେ ସଫେଇ କର୍ମଚାରୀ କାର୍ୟ୍ୟରତ ରହିଥିବା ବେଳେ ଡ଼ାକ୍ତରଖାନାରେ , ଔଷଧ ଦୋକାନ, କ୍ଷୀର ଦୋକାନ, ପେଟ୍ରୋଲ ପମ୍ପ ଜଳ ଯୋଗାଣ ବ୍ୟବସ୍ଥା ବ୍ୟତୀତ ସମସ୍ତ ଦୋକାନ ବଜାର , ବ୍ୟବସାୟପ୍ରତିଷ୍ଠାନ ଓ ସରକାରୀ କାର୍ୟ୍ୟାଳୟ ସହ ବିଚାର ବିଭାଗୀୟ ଅଦାଲତ ଆଦି ବନ୍ଦ ରହିଛି । ବାରିପଦା ସହର ମଧ୍ୟକୁ ଥିବା ୫ଟି ପ୍ରବେଶ ପଥ ଯଥା-ପାଲବଣି ଗୋଲେଇ ,ମୁର୍ଗାବାଡି ଗୋଲେଇ ,ପୋଡ଼ା ଅସ୍ତିଆ,ତକତପୁର ଛକ ଓ ଦାରୋଗାଡାହି ଗୋଲେଇଠାରେ ସ୍ବତନ୍ତ୍ର ପୋଲିସ ଫୋର୍ସ ମୃତୟନ କରାଯାଇଛି । ତତ୍ ସହିତ ସହର ମଧ୍ୟରେ ଥିବା ଭଞ୍ଜପୁର ଛକ, ସତ୍ୟସାଇ ଛକ , ମୁଖ୍ୟ ମାର୍କେଟ ଟ୍ରାଫିକ ଥକ, କୃଷ୍ଣଚନ୍ଦ୍ର ଗୋଲେଇ, ଷ୍ଟେସନ ଗୋଲେଇ, ଷ୍ଟେସନ ବଜାର ଓ ଜଗଦ୍ଧାତ୍ରୀ ସିନେମା ହଲ ନିକଟ ରେଳବାଇ କ୍ରାସିଂଠାରେ ପୋଲିସ ପକ୍ଷରୁ ସ୍ବତନ୍ତ୍ର ଭାବେ ସଜାଗ ଦୃଷ୍ଟି ରଖାଯାଇଛି । ଏଥିପାଇଁ ଜଣେ ଅତିରିକ୍ତ ଏସ୍.ପି ଚାରି (୪) ଜଣ ଡିଏସପି , ଦୁଇ ଜଣ , ଇନ୍ସପେକ୍ଟର । ୨୨ ଜଣ ଅଫିସର ସମେତ ୬ ପ୍ଲାଟୁନ ଫୋର୍ସ ସହରତମାମ ନିୟୋଜିତ ହୋଇଥିବା ଟାଉନ ଥାନା ଆଇଆଇସି ବିରେନ୍ଦ୍ର କୁମାର ସେନାପତିଙ୍କ ଠାରୁ ପ୍ରକାଶ । ଅତ୍ୟନ୍ତ ଜରୁରୀ ଆବଶ୍ୟକତା ନଥିଲେ ଘରୁ ବାହାରକୁ ନବାହାରିବା ପାଇଁ କଟକଣା ଲାଗୁ କରାଯାଇଥିବା ସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସହର ତମାମ ରାସ୍ତା ଗୁଡ଼ିକ ଶୁନଶାନ୍ ରହିଥିଲା ।
୨ ଦିନିଆ ସଟଡାଉନ୍, ରାସ୍ତା ଜନଶୂନ୍ୟ
|
July 6, 2020 |