୨୬୫ କେଜି ଗଂଜେଇ ଜବତ, ପୋଲିସ କୁ ଦେଖି ଚାଲାଣକାରୀ ଫେରାର୍‍

Spread the love

କନ୍ଧମାଳ,25/01.(ସନ୍ଧାନ ନ୍ୟୁଜ/ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ଗୋଛାପଡ଼ା ପୁଲିସ୍‍ ଗଂଜେଇ ଚାଲାଣ ପାଇଁ ଏକ ସ୍ଥାନରେ ରଖାଯାଇଥିବା କୌଣସି ପ୍ରକାର ଖବର ପାଇ ଅଚାନକ ଭାବେ ଚଢାଉ କରିଥିବା ବେଳେ ଅଭିଯୁକ୍ତମାନେ ଦୂରରୁ ପୁଲିସକୁ ଦେଖି ଫେରାର୍‍ ହୋଇଯାଇଥିବା ଜଣାପଡ଼ିଛି। ତେବେ ଚାଲାଣ ପାଇଁ ରଖାଯାଇଥିବା ୨୬୫ କେଜି ଗଂଜେଇ ଜବତ କରି ଏକ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ ତୃପ୍ତି ରଂଜନ ନାୟକ ସୂଚନା ଦେଇଛନ୍ତି।ଖବର ପ୍ରକାରେ, ଦିନ ପ୍ରାୟ ୧ଟା ବେଳେ ସଲାଗୁଡ଼ା ପଂଚାୟତ ଅନ୍ତର୍ଗତ ଗାଡ଼ିପଦର ଗ୍ରାମର ଜନୈକ ବ୍ୟକ୍ତିଙ୍କ ଘର ପାଖରେ ଥିବାର ଖବର ପାଇ  ଚଢାଉ କରିଥିବା ପ୍ରକାଶ। ଜବତ ଗଂଜେଇର ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଗତ କିଛିଦିନ ତଳେ ମଧ୍ୟ ଏଭଳି ଭାବେ ମଧ୍ୟ ଗଂଜେଇ ଚାଲାଣ ପାଇଁ ରଖାଯାଇଥିବା ବେଳେ ୧୦୦ କେଜି ଗଂଜେଇ ଜବତ କରିବା ସହିତ ଏହି ଘଟଣାରେ ଜଣେ ପଶ୍ଚିମବଙ୍ଗର ଗଂଜେଇ ମାଫିଆକୁ ପୁଲିସ୍‍ ଗିରଫ କରିବାରେ ସକ୍ଷମ ହୋଇଥିଲେ।

Related Posts

About The Author

Add Comment